The Topmost

“The eyes believe themselves, the ears believe other people.”

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଦୀପାବଳି ବୋନସ

ନଭେମ୍ବର ୧୨ରେ ଦିପାବଳୀ । ଏହା ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ସରକାର ଏକ ବଡ ଉପହାର ଦେଇଛନ୍ତି । ସରକାର ମଙ୍ଗଳବାର ଦିନ ଦିପାବଳୀ ବୋନସ ଘୋଷଣା କରିଛନ୍ତି । ଏହା ଅଧୀନରେ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ବର୍ଗର କର୍ମଚାରୀମାନେ ୩୦ ଦିନର ବେତନ ସହିତ ସମାନ ଟଙ୍କା ପାଇବେ । ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗର ବିବୃତି ଅନୁଯାୟୀ ଏହି ବୋନସ ସେହି କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦିଆଯିବ ଯେଉଁମାନେ ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ ସେବା କରିଆସୁଛନ୍ତି ଏବଂ ୨୦୨୨-୨୩ ବର୍ଷ ମଧ୍ୟରେ ଅତି କମରେ ୬ ମାସ କାମ କରିଛନ୍ତି । ସେହିପରି ଆଜି ସକାଳ ୧୦ଟା ୩୦ ରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଡିଏ ବୃଦ୍ଧି ଉପରେ ନିଷ୍ପତ୍ତି ନିଆଯାଇପାରେ ।