ଏଲଏସିରେ ଚୀନର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଜାରି । କେନ୍ଦ୍ରସରକାରଙ୍କୁ ଟାର୍ଗେଟ କଲେ ଅସଦୁଦ୍ଦିନ ଓୱେସୀ । ପାଖପାଖି ଦେଢବର୍ଷରୁ ଅଧିକ ସମୟ ଧରି ଚୀନ ସୀମାରେ ଭାରତ ଓ ଚୀନ ସେନା ବିଭିନ୍ନ ସମୟରେ ମୁହାଁମୁହିଁ ହୋଇଛନ୍ତି । ଏହାରିଭିତରେ ଲଦ୍ଦାଖର ଡେପସାଙ୍ଗ ପାଖରେ ଚୀନ ବିଭିନ୍ନ କାର୍ଯ୍ୟ ଜାରିରଖିଛି । ଭାରତୀୟ ଗୁଇନ୍ଦା ସଂସ୍ଥା ନିକଟରୁ ଏହି ସୂଚନା ମିଳିଛି । ଏହାକୁ ନେଇ ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓୱେସୀ କେନ୍ଦ୍ରସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଚୀନ ପକ୍ଷରୁ ନିର୍ମାଣ କାର୍ଯ୍ୟ ଜାରିରହିଛି । ତେବେ ଏହା ଉପରେ କେନ୍ଦ୍ର ସରକାର କାହିଁକି କୌଣସି ପଦକ୍ଷେପ ଉଠାଉ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ