The Topmost

“The eyes believe themselves, the ears believe other people.”

କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ନେଇ ଚର୍ଚ୍ଚା

ମଦୁଆ ଓ ନିଶାସକ୍ତ ବ୍ୟକ୍ତିଙ୍କ ସହ ନିଜ ଭଉଣୀ ଓ ଝିଅଙ୍କୁ ବିହାହ କରନାହିଁ । ଏନେଇ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ କୌଶଲ କିଶୋର । ଜଣେ ମଦ୍ୟପ ଅଧିକାରୀ ଅପେକ୍ଷା ଜଣେ ରିକ୍ସା ଚାଳକ କିମ୍ବା ଶ୍ରମିକ ଭଲ ବର । ଜଣେ ମଦ୍ୟପର ଆୟୁଷ ବହୁତ କମ୍ ହୋଇଥାଏ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କୌଶଲ କିଶୋର ନିଜର ବ୍ୟକ୍ତିଗତ ଅନୁଭୂତି ବଖାଣିବା ସହ ନିଶା ସେବନ କରି ପ୍ରାଣ ହରାଇଥିବା ସ୍ୱର୍ଗତ ପୁଅ କଥା ମନେ ପକାଇ ଏକଥା କହିଛନ୍ତି । ସେ କହିଛନ୍ତି, ମୁଁ ସାଂସଦ ଓ ମୋ ପତ୍ନୀ ବିଧାୟକ ଥାଇ ବି ପୁଅର ଜୀବନ ବଞ୍ଚାଇ ପାରିଲୁ ନାହିଁ ।