ବଡ଼ ଅନ୍ତନଳୀରେ ହେଉଥିବା କ୍ୟାନସରକୁ କୋଲୋନ୍ କ୍ୟାନସର କୁହାଯାଏ। ବୟସ ବଢିବାପରେ ଯଦି ଆପଣଙ୍କ ଓଜନ କମିବାକୁ ଲାଗୁଛି, ହଠାତ ଝାଡ଼ାରେ ପରିବର୍ତ୍ତନ ହେଉଛି, ଯେପରିକି କେତେବେଳେ କୋଷ୍ଠକାଠିନ୍ୟତ ଆଉ କେତେବେଳେ ତରଳ ଝାଡ଼ା ହେଉଛି, ଝାଡ଼ାରେ ରକ୍ତ ପଡ଼ୁଛି, ଖାଇବାକୁ ଇଚ୍ଛା ହେଉ ନାହିଁ, ପେଟରେ ଯନ୍ତ୍ରଣା ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।
କେଉଁମାନଙ୍କୁ ହେବାର ସମ୍ଭାବନା ଅଧିକ
ନିୟମିତ ଧୂମପାନ, ମଦ୍ୟପାନ କରୁଥିଲେ, ବଂଶଗତ, ୫୦ ବର୍ଷରୁ ଅଧିକ ବୟସ୍କ, ନିୟମିତ ଛେଳି ମାଂସ, ଫାଷ୍ଟଫୁଡ୍ ବା ଜଙ୍କଫୁଡ୍ ଖାଇଲେ।
ଡାକ୍ତରୀ ପରୀକ୍ଷା
ରକ୍ତ ପରୀକ୍ଷା, ଝାଡ଼ାର ପରୀକ୍ଷା, ଆଙ୍ଗୁଠି ଦ୍ବାରା ମଳଦ୍ବାରର ପରୀକ୍ଷା, କଲୋନୋସ୍କୋପିକ୍ ପରୀକ୍ଷା, କଲୋନୋସ୍କୋପିକ୍ ମାଧ୍ୟମରେ ବଡ଼ ଖାଦ୍ୟନଳୀର କେଉଁ ସ୍ଥାନରେ କ୍ୟାନସର ହୋଇଛି ତାହା ଜଣାପଡ଼ିବା ସହିତ ସେହି ସ୍ଥାନରୁ ଗୋଟିଏ ଛୋଟ ମାଂସ ନେଇ ବାୟୋସ୍ପି ପରୀକ୍ଷା ମଧ୍ୟ କରାଯାଏ।
ଚିକିତ୍ସା
ବଡ଼ ଅନ୍ତନଳୀରେ କ୍ୟାନସର କେଉଁ ସ୍ଥାନରେ ଅଛି ଏବଂ କେଉଁ ଷ୍ଟେଜରେ ଅଛି ସେହି ଅନୁଯାୟୀ ଚିକିତ୍ସା କରାଯାଏ। ଏହି ରୋଗର ଚିକିତ୍ସା ପାଇଁ ଅସ୍ତ୍ରୋପଚାର, ରେଡିଓଥେରାପି, କେମୋଥେରାପି କରାଯାଏ।
ପ୍ରତିକାର
ଧୂମପାନ, ମଦ୍ୟପାନ ସମ୍ପୂର୍ଣ୍ଣ ବନ୍ଦ କରାଯିବା, ସବୁଜ ପରିବା ଏବଂ ଫଳ ଅଧିକ ଖାଆନ୍ତୁ, ୫୦ ବର୍ଷ ପରେ ଡାକ୍ତରୀ ପରୀକ୍ଷା କରନ୍ତୁ।
More Stories
2026 ରେ କରନ୍ତୁ ଏହି ମ୍ୟାନିଫେଷ୍ଟେସନ୍, ବଦଳିଯିବ ଜୀବନ
ଋଷ୍ ଠାରୁ ତେଲ କିଣିବା ପଡିଲା ମହଙ୍ଗା
ମୋଦୀଙ୍କ ଜି-୭ ବୈଠକରେ ଉପସ୍ଥିତିକୁ ନେଇ ବିବାଦ