The Topmost

“The eyes believe themselves, the ears believe other people.”

Srinidhi-

‘କେଜିଏଫ୍‌ ଚ୍ୟାଫଟର ୨’ର ଶ୍ରୀନିଧି

ସାଉଥ୍‌ ଇଣ୍ଡଷ୍ଟ୍ରୀର ବ୍ଲକବଷ୍ଟର ଫିଲ୍ମ ‘କେଜିଏଫ୍‌ ଚ୍ୟାଫଟର ୨’କୁ ଦର୍ଶକମାନେ ଖୁବ ଉତ୍ସାହର ପ୍ରତୀକ୍ଷା କରିଛନ୍ତି । ଏହି ଫିଲ୍ମ ୧୪ ଏପ୍ରିଲକୁ ସିନେମାଘରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଫିଲ୍ମରେ ଅଭିନେତା ୟଶ ରକି ଭାଇ ଭୂମିକାରେ ନଜର ଆସିବେ । ତାଙ୍କ ବ୍ୟତୀତ ଫିଲ୍ମର ଦ୍ୱିତୀୟ ପାର୍ଟରେ ସଞ୍ଜୟ ଦତ୍ତ ‘ଅଧୀରା’ ଏବଂ ରବୀନ ଟଣ୍ଡନ ପ୍ରଧାନମନ୍ତ୍ରୀ ରମିକା ସେନ୍‌ଙ୍କ ଚରିତ୍ରର ଦେଖାଦେବେ । ଏସମସ୍ତ ପପୁଲାର ଷ୍ଟାରଙ୍କ ମଧ୍ୟରେ ଶ୍ରୀନିଧି ସେଟ୍ଟୀ ମଧ୍ୟ ଅଛନ୍ତି, ଯିଏ କେଜିଏଫ୍‌ର ପ୍ରଥମ ପାର୍ଟରେ ଥିଲେ ଏବଂ ବର୍ତ୍ତମାନ ଦ୍ୱିତୀୟ ପାର୍ଟରେ ମଧ୍ୟ ଅଭିନୟ କରୁଛନ୍ତି । ଏହି ଫିଲ୍ମରେ ଶ୍ରୀନିଧିଙ୍କ ଅନ୍ଦାଜ ପ୍ରଶଂସକଙ୍କୁ ଖୁବ ପସନ୍ଦ ଆସିଥିଲା, ଯେଉଁଥିପାଇଁ ସେ ଲୋକଙ୍କ ଧ୍ୟାନ ନିଜ ଆଡ଼କୁ ଆକର୍ଷିତ କରିବାରେ ସଫଳ ହୋଇଥିଲେ । ଯଦିଓ ସେ ଆକଫିଂ ଦୁନିଆରେ କେଜିଏଫ୍‌ରୁ ପରିଚିତ କିନ୍ତୁ ମଡେଲିଂ ଦୁନିଆରେ ଶ୍ରୀନିଧି ସେଟ୍ଟୀଙ୍କ ବଡ଼ ନାମ ରହିଛି । ସେ ଅନେକ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ୨୦୧୬ରେ ମିସ୍‌ ସୁପରନ୍ୟାସନାଲର ଟାଇଟଲ ଜିତିଛନ୍ତି । ଶ୍ରୀନିଧି ଦ୍ୱିତୀୟ ଭାରତୀୟ ମଡେଲ ଭାବେ ଏହି ସୁନ୍ଦରୀ ପ୍ରତିଯୋଗିତା ଜିତିବାରେ ସଫଳ ହୋଇଛନ୍ତି । ଏହା ବ୍ୟତୀତ ମିସ୍‌ ସୁପରନ୍ୟାସନାଲ ଏସିଆ ଏବଂ ଓସେନିଆର ବିଜୟିନୀ ହୋଇଛନ୍ତି । କେବଳ ସେତିକି ନୁହେଁ ମିସ୍‌ ସାଉଥ୍‌ ଇଣ୍ଡିଆ, ମିସ୍‌ କର୍ଣ୍ଣାଟକ, ମିସ୍‌ ବିୟୁଟିଫୁଲ ସ୍ମାଇଲ ପରି ବହୁ ମଡେଲିଂ ପ୍ରତିଯୋଗିତା ଜିତିଛନ୍ତି ।

Srinidhi-
Srinidhi- @thetopmost-01

http://thetopmost.in/?p=1128

http://thetopmost.in/?p=1125

http://thetopmost.in/?p=1121

http://thetopmost.in/?p=1113

http://thetopmost.in/?p=1097

Srinidhi-
Srinidhi- @thetopmost-01

ମଡେଲିଂ ଦୁନିଆରେ ନାଁ କମାଇବା ପରେ ଶ୍ରୀନିଧିଙ୍କ ସାମ୍ନାରେ ଫିଲ୍ମ ଅଫରର ଲମ୍ବା ଲାଇନ । ହେଲେ ସେ ନିଜେ ମଧ୍ୟ ଅବଗତ ନଥିଲେ ଯେ ପ୍ରଥମ ଫିଲ୍ମ କେଜିଏଫ୍‌ ତାଙ୍କୁ ରାତାରାତି ଷ୍ଟାର କରାଇବ । ଏହି ଫିଲ୍ମରେ ୟଶ୍‌ଙ୍କ ଦମଦାର ପର୍ସନାଲିଟିକୁ ଶ୍ରୀନିଧିଙ୍କ ରୀନା ଚରିତ୍ର ଟMର ଦେଇଥିଲା । ଡେବୁ୍ୟ ଫିଲ୍ମ ପାଇଁ ତାଙ୍କୁ ସିମା ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଫିଲ୍ମରେ ତାଙ୍କ କାମକୁ ଖୁବ ପ୍ରଶଂସା ମିଳିଛି । ପୁଣି ଥରେ ରୀନା(ଶ୍ରୀନିଧି) କେଜିଏଫ୍‌ ୨ରେ ଦର୍ଶକଙ୍କ ମଧ୍ୟରେ ଧମାଲ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । କନ୍ନଡ ଫିଲ୍ମ ସହ ତାମିଲ ଓ ତେଲୁଗୁ ଇଣ୍ଡଷ୍ଟ୍ରୀ ସେ ସକ୍ରିୟ ଅଛନ୍ତି । ଆଗକୁ ତାଙ୍କର କ୍ରାଇମ ଥ୍ରୀଲର ଫିଲ୍ମ କୋବରା ରିଲିଜ୍‌ ହେବ । ଏହା ୨୬ ମେରେ ମୁକ୍ତିଲାଭ କରିବ ।