କର୍ଣ୍ଣାଟକ ବିଧାନସଭା ନିର୍ବାଚନ ମେ’ ୧୦ ତାରିଖ ହେବ । ହେଲେ ବିଜେପି ଏଯାଏ କାହାକୁ ପ୍ରାର୍ଥୀ କରିବ, ସେକଥା ସ୍ଥିର କରିପାରୁ ନାହିଁ । କ୍ରମାଗତ ୩ ଦିନ ଧରି ଦଳ ପକ୍ଷରୁ ମାରାଥନ ବୈଠକ କରାଯାଇଥିଲେ ମଧ୍ୟ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରୁନି । ଏସବୁ ଭିତରେ ବରିଷ୍ଠ ବିଜେପି ନେତା କେଏସ୍ ଈଶ୍ୱରପ୍ପା ନିର୍ବାଚନ ରାଜନୀତିରୁ ଅବସର ଘୋଷଣା କରିଛନ୍ତି । ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି । ସେ ତାଙ୍କ ନିଷ୍ପତ୍ତି ସମ୍ପର୍କରେ ଚିଠି ଲେଖି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଅବଗତ କରାଇଦେଇଛନ୍ତି । ସେ ମେ’ ୧୦ରେ ହେବାକୁ ଥିବା ନିର୍ବାଚନ ଲଢ଼ିବାକୁ ଚାହୁଁ ନାହାନ୍ତି ଓ ନିର୍ବାଚନ ରାଜନୀତିରୁ ଦୂରେଇ ଯିବାକୁ ଚାହୁଁଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, “ଦଳ ମୋତେ ଏହି ୪୦ ବର୍ଷ ମଧ୍ୟରେ ଅନେକ ଦାୟିତ୍ୱ ଦେଇଛି । ମୁଁ ଜଣେ ବୁଥ ଇନ ଚାର୍ଜରୁ ଦଳର ରାଜ୍ୟ ମୁଖ୍ୟ ଭାବେ କାମ କରିଛି । ଉପ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ମଧ୍ୟ ମୁଁ ପାଇଥିଲି। ସେ ସବୁ ପାଇଁ ଧନ୍ୟବାଦ ।” ସେ ନିଜ ଇଚ୍ଛାରେ ନିର୍ବାଚନ ରାଜନୀତିରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ