soa

କୃଷିକ୍ଷେତ୍ରରେ ସମସ୍ୟା ଅର୍ଥ ଜାତୀୟ ଡିସାଷ୍ଟର

ଭୁବନେଶ୍ୱର, ମାର୍ଚ୍ଚ ୧୨: କୃଷି କ୍ଷେତ୍ରରେ ଉପୁଜୁଥିବା ସମସ୍ୟାକୁ ସାମ୍ନାକୁ ଆଣି ଏହାର ଦୀର୍ଘସ୍ଥାୟୀ ସମାଧାନର ବାଟ ବାହାର କରିବାର ସମୟ ଆସିଛି ବୋଲି ମଙ୍ଗଳବାର କହିଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ମହାବିଦ୍ୟାଳୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ପକ୍ଷରୁ ଆୟୋଜିତ ୩ ଦିନିଆ ‘ସୋଆ ଏଗ୍ରି କନ୍‌ଫ୍ଲୁଏନ୍ସ’ ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ରାଉଳ କହିଛନ୍ତି ଯେ କୃଷି ଉତ୍ପାଦନ କ୍ଷେତ୍ରରେ ବିଭିନ୍ନ ସମସ୍ୟା କୁ ଅନୁଧ୍ୟାନ କରି ଏହାର ସମାଧାନର ବାଟ ବାହାର କରିବାର ଦରକାର। ମୃତିକା କ୍ଷୟ ହେଉଛି । ଜଳସ୍ତରର ପତ୍ତନ ଏବଂ ବାୟୂ ପ୍ରଦୂଷଣ ଯୋଗୁଁ କୃଷି କ୍ଷେତ୍ରରେ ଅବକ୍ଷୟ ଘଟୁଛି ବୋଲି ପ୍ରଫେସର ରାଉଳ କହିଛନ୍ତି ।

soa

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ଅନେକ ସଂଖ୍ୟକ କୃଷକ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମର ପ୍ରସଙ୍ଗ ରହିଥିଲା ‘ସଷ୍ଟେନେବଲ ଏଗ୍ରିକଲ୍‌ଚର ଆଣ୍ଡ ଲାଇଭଲିହୁଡ ସିକ୍ୟୁରିଟି’ । କୌଣସି ଶିଳ୍ପ ସମସ୍ତଙ୍କୁ ନିଯୁକ୍ତି ଦେଇପାରିବ ନାହିଁ ବୋଲି ମତ ରଖି ପ୍ରଫେସର ରାଉଳ କହିଛନ୍ତି ଯେ କୃଷି କ୍ଷେତ୍ରରେ ବିଭକ୍ତିକରଣର ଆବଶ୍ୟକତା ରହିଛି । କୃଷି କ୍ଷେତ୍ର ଉଭୟ ଖାଦ୍ୟ ଓ ଜୀବିକାକୁ ବୁଝାଉଥିବା ବେଳେ ଏହା ମାଟି, ପାଣି, ପବନ ଓ ପରିବେଶ ଉପରେ ନିର୍ଭର କରିଥାଏ । ଜଳବାୟୁ ପରିବର୍ତନ ଯୋଗୁଁ ଓଡ଼ିଶାରେ ବାର୍ଷିକ ବର୍ଷାର ଅନୁପାତ ୧୫୦୦ ମିଲିମିଟରରୁ ପ୍ରାୟ ୧୩୦୦ -୧୩୫୦ ମିମିକୁ କମି ଆସିଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ପ୍ଲାଂଟ ଫିଜିଓଲୋଜି ବିଭାଗର ପ୍ରଫେସର ତଥା କାର୍ଯ୍ୟକ୍ରମର ଆବାହକ ପ୍ରଫେସର ସରୋଜ କୁମାର ମହାନ୍ତି ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପ୍ରଫେସର ନନ୍ଦ କହିଥିଲେ ଯେ ସମସ୍ତ ଗବେଷଣା ସମାଜର ହିତ ପାଇଁ କରାଯାଇଥାଏ ଏବଂ ସୋଆ ଏହି ଲକ୍ଷ୍ୟ ପଥରେ ରହିଛି । ଏକ ବହୁବିଧ ବିଶ୍ୱବିଦ୍ୟାଳୟ ଭାବେ ବିଭିନ୍ନ ବିଭାଗରେ ଗବେଷଣା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସୋଆ ନିକଟରେ ସମସ୍ତ ଭିତିଭୂମି ରହିଥିବା ସେ କହିଛନ୍ତି । କାର୍ଯ୍ୟକ୍ରମରେ ବିଭିନ୍ନ ଆଲୋଚନା, ପୋଷ୍ଟର ପ୍ରଦର୍ଶନୀ, ବିଭିନ୍ନ କୃଷକ ଏବଂ କୃଷି ବିଶେଷଜ୍ଞଙ୍କ ସହ ଆଲୋଚନା, କୃଷି ପ୍ରଦର୍ଶନୀ, କୃଷି ଷ୍ଟାଟ୍‌ଅପ୍ ସମ୍ମିଳନୀ ଓ ବୈଷୟିକ ପ୍ରଦର୍ଶନୀ ଆୟୋଜନ କରାଯାଇଛି । ଏତଦ୍ ବ୍ୟତୀତ ବକ୍ତୃତା, କୃଷି କୁଇଜ୍‌, ଚିତ୍ରାଙ୍କନ ଓ ରଙ୍ଗୋଲି ପ୍ରତିଯୋଗିତାର ଆୟୋଜନ ମଧ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଡକ୍ଟର ଅଂଶୁମାନ ଜେନା ସଂଯୋଜନା କରିଥିଲେ ।

SHARE BY