ବିଗୁଡୁଛି ଦିଲ୍ଲୀ ବାୟୁ ଗୁଣାବତ୍ତା । ଗତ ଏକ ସପ୍ତାହ ମଧ୍ୟରେ ବାୟୁ ଗୁଣବତ୍ତାର ତୀବ୍ର ହ୍ରାସ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା 20-21ରେ ସହରରେ କୃତ୍ରିମ ବର୍ଷାର ଯୋଜନା କରୁଛନ୍ତି କେଜ୍ରିୱାଲ୍ ସରକାର । ଏନେଇ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ, ଅର୍ଥମନ୍ତ୍ରୀ ଅତିଶୀ ଏବଂ ଆଇଆଇଟି କାନପୁରର ଏକ ଟିମ୍ ମଧ୍ୟରେ ବୈଠକ ବସିଛି। ଆଲୋଚନା ସମୟରେ ବାୟୁ ଗୁଣାବତ୍ତାରେ ତୁରନ୍ତ ସୁଧାର ଆଣିବା ପାଇଁ କୃତ୍ରିମ ବର୍ଷାର ପ୍ରସ୍ତାବ ଦେଇଛନ୍ତି ଆଇଆଇଟି ଟିମ୍ । ଦିଲ୍ଲୀ ସରକାର ଏନେଇ ଆସନ୍ତାକାଲି ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିବେ । ଯଦି ଯୋଜନା ଉପରେ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ ମିଳେ, ତେବେ କାର୍ଯ୍ୟକାରୀ କରିବା ପାଇଁ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ପଦକ୍ଷେପ ନେବେ । ଦିଲ୍ଲୀ ସରକାର ଏବଂ ଆଇଆଇଟି ଟିମ୍ ସହ ଆଲୋଚନା ସମୟରେ ଟିମ୍ କହିଛି ଯେ, କୃତ୍ରିମ ବର୍ଷା ସୃଷ୍ଟି କରିବା ପାଇଁ ଆକାଶରେ ସର୍ବନିମ୍ନ 40 ପ୍ରତିଶତ ବାଦଲ ଆଚ୍ଛାଦିତ ହୋଇଥିବା ଆବଶ୍ୟକ । ନଭେମ୍ବର 20-21ରେ ବାଦଲ ଆଚ୍ଛାଦନ ହେବାର ସମ୍ଭାବନା ଅଛି । ଯଦି କୃତ୍ରିମ ବର୍ଷା ଯୋଜନା କାର୍ଯ୍ୟକାରୀ କରିବାକୁ ଅନୁମତି ମିଳେ, ତେବେ ଆମେ ପାଇଲଟ୍ ଷ୍ଟଡିର ଆରମ୍ଭ କରିପାରିବୁ ବୋଲି ଆଇଆଇଟି ଟିମ୍ କହିଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ