କୁସ୍ତି ଯୋଦ୍ଧାଙ୍କୁ ନ୍ୟାୟ ପ୍ରସଙ୍ଗରେ ଆଜି ମୁଜାଫରନଗରରେ ବସିବ ମହାପଞ୍ଚାୟତ । ଚାଷୀ ନେତା ନରେଶ ଟିକାୟତଙ୍କ ଅଧକ୍ଷ୍ୟତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ବୈଠକରେ ଶହ ଶହ ସଂଖ୍ୟାରେ ଖାପ ପଞ୍ଚାୟତ ପ୍ରତିନିଧି ଓ କୁସ୍ତି ଯୋଦ୍ଧାଙ୍କ ସମର୍ଥକ ମାନେ ଯୋଗ ଦେବେ । ଗଙ୍ଗାରେ ମେଡାଲ ଭସାଇବାକୁ ନେଇ କୁସ୍ତି ଯୋଦ୍ଧାଙ୍କ ଘୋଷଣା ପରେ ନରେଶ ଟିକାୟତ ସେମାନଙ୍କୁ ବୁଝାସୁଝା କରିଥିଲେ । ୫ ଦିନ ମଧ୍ୟରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ ବୋଲି କହିଥିଲେ ନରେଶ ଟିକାୟତ । ଏହି ପରିପେକ୍ଷୀରେ ଆଜି ଏହି ବଡ଼ ବୈଠକ ହେବାକୁ ଯାଉଛି । ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ସହ ପୋକ୍ସୋ ଆକ୍ଟ ଆଧାରରେ ମାମଲା ରୁଜୁ ହେଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି । ୩୬ ଦିନ ଧରି ଦିଲ୍ଲୀର ଜନ୍ତରମନ୍ତରରେ ଆନ୍ଦୋଳନ କରିବା ପରେ ଗତ ୨୮ ତାରିଖରେ ରାସ୍ତାରେ ଘୋଷାଡ଼ି ଘୋଷାଡି କୁସ୍ତି ଯୋଦ୍ଧାଙ୍କୁ ତଡ଼ି ଦେଇଥିଲେ ଦିଲ୍ଲୀ ପୋଲିସ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍