ମହିଳା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ସୋନିପତ ଠାରେ ମହାପଞ୍ଚାୟତ ଅନୁଷ୍ଠିତ । ସୋନିପତର ମୁଣ୍ଡଲାନା ଠାରେ ଥିବା ଏକ ଷ୍ଟାଡିୟମରେ ଏହି ମହାପଞ୍ଚାୟତ ଅନୁଷ୍ଠିତ ହେଉଛି । ଭାରତୀୟ କିଷାନ ୟୁନିୟନ ତରଫରୁ ଆୟୋଜିତ ମହାପଞ୍ଚାୟତରେ କିଛି ବଡ ନିଷ୍ପତ୍ତି ନିଆଯିବ ବୋଲି କୃଷକ ନେତା ଚଢୁନୀ କହିଛନ୍ତି । ଏହି ମହାପଞ୍ଚାୟତରେ ହିମାଚଳପ୍ରଦେଶ ସମେତ ପଞ୍ଜାବ, ଉତ୍ତରପ୍ରଦେଶର କୃଷକ ସଂଗଠନର ସଦସ୍ୟ ଓ ନେତାମାନେ ଏକାଠି ହେଉଛନ୍ତି । ଏହି ମହାପଞ୍ଚାୟତ ପାଇଁ ୪ ଏକର ଜମି ଉପରେ ମଞ୍ଚ ତିଆରି କରାଯାଇଛି । ଏହି ମହାପଞ୍ଚାୟତରେ କୁସ୍ତିଯୋଦ୍ଧାଙ୍କ ସମସ୍ୟା ସହ ଅନ୍ୟ ସମସ୍ୟା ଉପରେ ଆଲୋଚନା ହେବ । ଏହି ମହାପଞ୍ଚାୟତରେ କୁସ୍ତିଯୋଦ୍ଧା, କୃଷକ ସଂଗଠନ ସହ ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ମଧ୍ୟ ଯୋଗ ଦେବେ । ଏହାସହ ଜୟନ୍ତ ଚୌଧୁରୀ, ଚନ୍ଦ୍ରଶେଖର ଆଜାଦ ମଧ୍ୟ ଯୋଗ ଦେଉଥିବା ସୂଚନା ରହିଛି । ସେପଟେ ରାଷ୍ଟ୍ରୀୟ ନ୍ୟାସନାଲ ଲୋକଦଳର ବିଧାୟକ ଗୁଲାମ ମହମ୍ମଦ କହିଛନ୍ତି କି ଆଜି ଏହି ମହାପଞ୍ଚାୟତରେ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଏକ ବଡ ନିଷ୍ପତ୍ତି ନିଆଯିବ । ଅନ୍ୟପଟେ ବ୍ରିଜଭୂଷଣ ଗଣମାଧ୍ୟମରେ ଯେଭଳି ବୟାନ ଦେଉଛନ୍ତି ତାହା ଲଜ୍ଜାଜନକ ବୋଲି ବିଧାୟକ ଗୁଲାମ ମହମ୍ମଦ କହିଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ