September 18, 2025

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ UWW

ଭାରତରେ କୁସ୍ତିଯୋଦ୍ଧାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଏବଂ ଦିଲ୍ଲୀ ପୋଲିସର ଗିରଫଦାରୀକୁ ୟୁନାଇଟେଡ ଓ୍ବାର୍ଲ୍ଡ ରେସଲିଂର ସମାଲୋଚନା । କୁସ୍ତି ଯୋଦ୍ଧାଙ୍କ ଧାରଣା ହେବା ପରଠାରୁ ପ୍ରଥମ ଥର ପାଇଁ ମୁହଁ ଖୋଲିଛି ୟୁନାଇଟେଡ ଓ୍ବାର୍ଲ୍ଡ ରେସଲିଂ । କୁସ୍ତି ଯୋଦ୍ଧା କରିଥିବା ଅଭିଯୋଗର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଅପିଲ କରିଛି । ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଥିବା ବେଳେ ତାଙ୍କୁ ଅସ୍ଥାୟୀ ଭାବେ ତାଙ୍କ ପଦବୀରୁ ଦୁରେଇ ରଖାଯାଇଛି । ତେଣୁ ଆଗକୁ କୁସ୍ତି ଯୋଦ୍ଧାଙ୍କ ସହ ଆଲୋଚନା କରିବ ୟୁନାଇଟେଡ ଓ୍ବାର୍ଲ୍ଡ ରେସଲିଂ। ସେମାନଙ୍କ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବ। ଏଥିସହ ଇଣ୍ଡିଆନ୍ ଅଲିମ୍ପିକ ଆସୋସିଏସନ ଏବଂ ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ଆଡହକ୍ କମିଟିକୁ ପୂର୍ବରୁ ଦିଆଯାଇଥିବା ୪୫ ଦିନ ଡେଡଲାଇନ ବିଷୟରେ ମଧ୍ୟ ଆଉଥରେ ମନେ ପକାଇ ଦେଇଛନ୍ତି। ଏହି ଡେଡଲାଇନ ଭିତରେ ଇଲେକଟିଭ ଜେନେରାଲ ଆସେମ୍ବଲି ଗଠନ କରିବା ପାଇଁ କୁହାଯାଇଛି। ଏହି ସମୟ ଭିତରେ ନିର୍ଦ୍ଦେଶ ଅମାନ୍ୟ ହେଲେ ୟୁନାଇଟେଡ ଓ୍ବାର୍ଲ୍ଡ ରେସଲିଂ, ରେସଲିଂ ଫେଡେରସନ ଅଫ ଇଣ୍ଡିଆକୁ ଭଙ୍ଗ କରିବ। ଏହାଦ୍ବାରା ଆଗକୁ କୁସ୍ତିଯୋଦ୍ଧା ମାନେ ନିରପେକ୍ଷ ଭାବେ ଖେଳିବାକୁ ବାଧ୍ୟ ହେବେ।

SHARE BY