The Topmost

“The eyes believe themselves, the ears believe other people.”

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଧାରଣାରେ ରାକେଶ ଟିକାୟତ

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଆସି ଜନ୍ତର-ମନ୍ତରରେ ଡେରା ପକାଇଲେ କୃଷକ । ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଆଜି ଖାପ୍ ପଞ୍ଚାୟତ ତରଫରୁ ହଜାର ହଜାର ଲୋକ ଦିଲ୍ଲୀରେ ପହଂଚିଛନ୍ତି । ଏହାସହ କୃଷକ ସଂଗଠନ ଭାରତୀୟ କୃଷକ ସଂଗଠନ ବା ବିକେୟୁ ତରଫରୁ ମଧ୍ୟ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଜଣାଇ ଜନ୍ତର-ମନ୍ତର ଠାରେ ଲଙ୍ଗର ଆରମ୍ଭ କରିଦେଇଛନ୍ତି । ସେପଟେ ଭିଡକୁ ନଜରରେ ରଖି ଦିଲ୍ଲୀ ପୋଲିସ ପ୍ରସ୍ତୁତି ଆରମ୍ଭ କରିଛି । ସୋନିପତ-ଦିଲ୍ଲୀ- ହରିଆଣା ସୀମାରେ ସୁରକ୍ଷାକର୍ମୀଙ୍କୁ ନିଯୁକ୍ତ କରାଯାଇଛି । ସିଂଘୁ ସୀମାରେ ବି ସୁରକ୍ଷାବଳ ନିଯୁକ୍ତ କରାଯାଇଛି । ଏଠାରେ ପୋଲିସ ବ୍ୟାରିକେଟ ଲଗାଇ ଲୋକଙ୍କ ତଲାସୀ ନେଉଛି । ଅନ୍ୟପଟେ କୃଷକ ଆନ୍ଦୋନର ପ୍ରମୁଖ ରାକେଶ ଟିକାୟତ ନିଜ ସମର୍ଥକଙ୍କୁ ଧରି ଧାରଣା ସ୍ଥଳରେ ପହଂଚିଛନ୍ତି । ଏହାସହ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ କୁସ୍ତିଯୋଦ୍ଧାଙ୍କ ଧାରଣାକୁ ସମର୍ଥନ ଜଣାଯାଇଛି । କେବଳ ସେତିକି ନୁହେଁ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ବ୍ରିଜଭୂଷଣ ସିଂ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଷପୂତ୍ତଳିକା ଜଳାଇବାକୁ ଘୋଷଣା କରାଯାଇଛି ।