କୁନୋ ନ୍ୟାସନାଲ ପାର୍କରେ ପୁଣି ଏକ ଚିତାର ମୃତ୍ୟୁ । ଦକ୍ଷିଣ ଆଫ୍ରିକାରୁ ଭାରତ ଅଣାଯାଇଥିବା ଚିତା ମଧ୍ୟରୁ ଗୋଟିଏ ପରେ ଗୋଟିଏ ଚିତାର ମୃତ୍ୟୁ ହେବାରେ ଲାଗିଛି । ଶୁକ୍ରବାର ସକାଳେ ପାର୍କ ଭିତରୁ ସୁରଜ ନାମକ ଏକ ଚିତାର ମୃତଦେହ ଉଦ୍ଧାର ହୋଇଛି । ବାଘଙ୍କ ରକ୍ଷଣା ବେକ୍ଷଣ ଦାୟିତ୍ୱରେ ଥିବା କର୍ମଚାରୀମାନେ ପାର୍କ ଭିତରୁ ଚିତାର ମୃତଦେହ ଉଦ୍ଧାର କରିଛନ୍ତି । ସୂଚନା ଅନୁସାରେ, ୩ ଦିନ ପୂର୍ବରୁ ମଧ୍ୟ ତେଜସ୍ ନାମକ ଏକ ଚିତାର ମୃତ୍ୟୁ ହୋଇଥିଲା । ଏପର୍ଯ୍ୟନ୍ତ ତେଜସର ପୋଷ୍ଟମର୍ଟମ୍ ରିପୋର୍ଟ ଆସିନାହିଁ । ସାଧାରଣ ଭାବେ ୫ବର୍ଷର ଚିତାର ଓଜନ ୫୦ କିଲୋ ରହୁ ଥିବାବେଳେ ତେଜସର ଓଜନ ୪୩ କିଲୋ ଥିଲା ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ