The Topmost

“The eyes believe themselves, the ears believe other people.”

କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ

ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ । ଅଣ୍ଡିରା ଚିତା ସୁରଜର ମୃତ୍ୟୁ ହୋଇଛି । କିଛି ଦିନ ଧରି ଗୁରୁତର ଭାବେ ଅସୁସ୍ଥ ଥିଲା ସୁରଜ । ପାଞ୍ଚ ମାସ ମଧ୍ୟରେ ୮ଟି ଚିତାର ମୃତ୍ୟୁ ହେଲାଣି । ଦୁଇ ଦିନ ତଳେ ଚିତା ତେଜସର ମୃତ୍ୟୁ ହୋଇଥିଲା । ତେଜସକୁ ଆହତ ଅବସ୍ଥାରେ ପାଇଥିଲେ ମନିଟରିଂ ଟିମ୍ । ଏହା ପରେ ଚିତାର ଚିକିତ୍ସା କରାଯାଇଥିଲା । କିନ୍ତୁ ଚିକିତ୍ସା ପରେ ମଧ୍ୟ ଚିତାର ଜୀବନ ବଞ୍ଚାଯାଇପାରିନଥିଲା । ମୃତ୍ୟୁ ପୂର୍ବରୁ ଚିତାଟି ଅନେକ ସମୟ ଧରି ଅଚେତ ଥିଲା । ଚିତା ସୂରଜ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିଲା । ତେବେ କାହିଁକି ଦକ୍ଷିଣଆଫ୍ରିକାରୁ ଆସିଥିବା ଚିତାର ମୃତ୍ୟୁ ହେଉଛି, ତାକୁ ନେଇ ପଶୁପ୍ରେମୀ ଦୁଃଖ ପ୍ରକାଶ କରିବା ସହ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଛନ୍ତି  ।

SHARE BY