The Topmost

“The eyes believe themselves, the ears believe other people.”

Grade 9 Boy Who Created Smart Shoe For Visually Handicapped

କୁନି ବୈଜ୍ଞାନିକ ଅନକ୍ରିତ୍‌ କରମକର

ବେଳେବେଳେ ବୁଦ୍ଧି ଆଗରେ ବୟସ ହାର ମାନିଥାଏ । ଛୋଟ ଛୋଟ ପିଲାମାନେ ଏଭଳି କିଛି ଉଦ୍ଭାବନ କରନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ସେହିଭଳି ଜଣେ ପିଲା ହେଲେ ଆସାମର ଅନକ୍ରିତ୍‌ କରମକର । ମାତ୍ର ନବମ ଶ୍ରେଣୀରେ ସେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ସେ ଏକ ଜୋତା ନିର୍ମାଣ କରିଛନ୍ତି, ଯାହା ଦୃଷ୍ଟିଶକ୍ତି ହରାଇଥିବା ଲୋକଙ୍କୁ ସାହାଯ୍ୟ କରିବ । ଏହି ଯୋତା ପିନ୍ଧିବା ଫଳରେ ସେମାନେ ରାସ୍ତାରେ ଆସୁଥିବା ବିଭିନ୍ନ ବାଧାକୁ ଅତିକ୍ରମ କରିବାରେ ସଫଳ ହେବେ । ଯୋତାର ସୋଲ୍‌ରେ ଗୋଟିଏ ଛୋଟ ବ୍ୟାଟେରି ଫିଟ୍‌ କରାଯାଇଛି । ଏହାସହିତ ଏକ ସେନ୍ସର ମଧ୍ୟ ଲଗାଯାଇଛି । ଯେତେବେଳେ ଯୋତା ରାସ୍ତାରେ କିଛି ବି ବାଧା ଆସିବ ତାକୁ ସେନ୍ସର ଚିହ୍ନଟ କରିବା ସହିତ ଏକ ଆଲର୍ଟ ଆଲାରାମ ଦେବ । ବଜରର ଶବ୍ଦ ଶୁଣିବା ପରେ ବ୍ୟକ୍ତି ଜଣଙ୍କ ରାସ୍ତାରେ ଆସୁଥିବା ବାଧା ନେଇ ସର୍ତକ ହୋଇପାରିବେ ଏବଂ ସେହି ବାଧାକୁ ଏଡେଇବା ପାଇଂ ପଦକ୍ଷେପ ନେବେ । ବଡ ହେଲେ ବାଳକ ଜଣଙ୍କ ବୈଜ୍ଞାନିକ ହେବାକୁ ଇଛା ରଖିଛନ୍ତି ।

http://thetopmost.in/?p=1125

http://thetopmost.in/?p=1121

http://thetopmost.in/?p=1118

http://thetopmost.in/?p=1102

https://twitter.com/KPaulMLA/status/1510992903812038660?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1510992903812038660%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.republicworld.com%2Findia-news%2Fgeneral-news%2Fassam-extends-full-support-to-grade-9-boy-who-created-smart-shoe-for-visually-handicapped-articleshow.html

ସେହିଭଳି ଭବିଷ୍ୟତରେ ସେ ଏଭଳି ଅନେକ ଉପକରଣ ଉଦ୍ଭାବନ କରିବାକୁ ଇଛା ରଖିଛନ୍ତି, ଯାହା ସମାଜକୁ ବିଭିନ୍ନ ଅସୁବିଧାରେ ସାହାଯ୍ୟ କରିବ ।