The Topmost

“The eyes believe themselves, the ears believe other people.”

କୁଇ ଓ ସ୍ଥାନୀୟ ଭାଷାରେ ପାଠ ପଢିବେ କୋରାପୁଟ ପିଲା

ଏଣିକି କୁଇ ଓ ସ୍ଥାନୀୟ ଭାଷାରେ ପାଠ ପଢିବେ କୋରାପୁଟ ପିଲା । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଜାତୀୟ ଶିକ୍ଷା ନୀତି ଅଣାଯାଇଛି । ଏଥିରେ ମାତୃଭାଷାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଆଗାମୀ ଦିନରେ କୋଟିଆ ଅଞ୍ଚଳରେ ସ୍ଥାନୀୟ କୁଇ ଭାଷା ସମେତ କୋରାପୁଟିଆ ଭାଷାରେ ପିଲାଙ୍କୁ ପଢାଇବାକୁ ଉଦ୍ୟମ କରାଯିବ ।ବିଶ୍ୱବିଦ୍ୟାଳୟର ବିକାଶ କରିବା ସହ ନୂଆ ବିଭାଗ ଖୋଲିବା ସହ ଅଧିକ ଅଧ୍ୟାପକ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଏବେ ୧୭ ଜଣ ଅଧ୍ୟାପକ ରହିଥିବା ବେଳେ ୧୦୦ ଅଧ୍ୟାପକ ଚଳିତ ମାସ ସୁଦ୍ଧା ନିଯୁକ୍ତ ହେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।