The Topmost

“The eyes believe themselves, the ears believe other people.”

କିଷାନ ଓ କୁସ୍ତିଯୋଦ୍ଧାଙ୍କ ପ୍ରେସ୍ କନଫରେନ୍ସ

କିଷାନ ସଂଗଠନ ଏବଂ କୁସ୍ତିଯୋଦ୍ଧାମାନେ ଏକ ମିଳିତ ପ୍ରେସ କନଫରେନ୍ସ କରି ସରକାରଙ୍କୁ ୧୫ ଦିନର ସମୟ ଦେଇଛନ୍ତି । କୃଷକ ସଂଗଠନ କହିଛନ୍ତି ଯେ କୁସ୍ତିଯୋଦ୍ଧା ନିଜର ସଂଘର୍ଷ ଜାରି ରଖନ୍ତୁ । ସଂଯୁକ୍ତ କିଷାନ ମୋର୍ଚ୍ଚା ଏବଂ ଖାପ ସଂଗଠନ ଦାବି କରିଛି ଯେ ବ୍ରିଜଭୂଷଣଙ୍କୁ ଗିରଫ କରାଯାଉ । ୨୧ ମଇ ସୁଦ୍ଧା ବ୍ରିଜଭୂଷଣଙ୍କୁ ଗିରଫ ନକରାଗଲେ ସଂଗଠନ ଏହା ଉପରେ ବଡ଼ ନିଷ୍ପତ୍ତି ନେବ । ଏହି ପ୍ରେସ କନଫରେନ୍ସ ସମୟରେ ମଞ୍ଚରେ ରାକେଶ ଟିକାୟତ, ୨୪ ଖାପର ପ୍ରଧାନ, ବିନେଶ ଫୋଗାଟ ଏବଂ ସାକ୍ଷୀ ମଲିକ ନଜର ଆସିଥିଲେ । ଦିଲ୍ଲୀର ଜନ୍ତରମନ୍ତ୍ରରରରେ ୧୪ ଦିନ ହେବ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କୁ କିଷାନ ସଂଗଠନ ଏବଂ ଖାପ୍ ପଞ୍ଚାୟତ ଖୋଲାଖୋଲି ଭାବେ ସମର୍ଥନ ଜଣାଇଛି । ଖାପ୍ ସହ କୃଷକ ସଂଗଠନର ସଦସ୍ୟମାନେ ଜନ୍ତରମନ୍ତର ପହଞ୍ଚିଥିଲେ । ରବିବାର ଭାରତୀୟ କିଷାନ ୟୁନିୟନ ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚା ଉଭୟଙ୍କ କାର୍ଯ୍ୟକର୍ତ୍ତାମାନେ ଜନ୍ତରମନ୍ତରରେ ଏକାଠି ହୋଇଥିଲେ । ପଞ୍ଜାବରୁ ଆସିଥିବା ବିକେୟୁର ସଦସ୍ୟମାନେ ଏହି ସମୟରେ ଲଙ୍ଗର ମଧ୍ୟ ଲଗାଇଥିଲେ । ଭିଡ଼କୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଆଲର୍ଟ ମୋଡରେ ରହିଥିଲା । ସୋନିପଥ-ଦିଲ୍ଲୀ-ହରିୟାଣା ସୀମାରେ ଆଲର୍ଟ ଜାରି କରାଯାଇଥିଲା । ସିଂଘୁ ସୀମାରେ ମଧ୍ୟ ବଡ଼ ସଂଖ୍ୟାରେ ପୋଲିସ ବଳକୁ ମୁତୟନ କରାଯାଇଥିଲା ।