The Topmost

“The eyes believe themselves, the ears believe other people.”

କିଏ ହେବ କର୍ଣ୍ଣାଟକ କିଙ୍ଗ୍ ?

କର୍ଣ୍ଣାଟକରେ ଆରମ୍ଭ ହୋଇଯାଇଛି ଭୋଟ ଗଣତି । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି । ଏଥିପାଇଁ ବେଙ୍ଗାଲୁରୁ ସମେତ  ସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏଯାଏଁ ଭୋଟ ଗଣତି ଅନୁସାରେ ବିଜେପି ଆଗରେ ଥିବା ସୂଚନା ରହିଛି । ୩୬ଟି କେନ୍ଦ୍ରରେ ଭୋଟ୍‌ ଗଣତି ହେଉଛି । ଦୁଇ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପି ବିଭିନ୍ନ ସ୍ୱାଧୀନ ପ୍ରାର୍ଥୀଙ୍କ ସହ ଯୋଗାଯୋଗ ଆରମ୍ଭ କରିଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ବିଜେପିକୁ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ମିଳିବ ବୋଲି ଆକଳନ କରିଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ମଧ୍ୟ ସମାନ ଆକଳନ କରିଛି। ସେପଟେ ଜେଡିଏସ୍‌ ଚଳିତ ନିର୍ବାଚନରେ କିଙ୍ଗମେକର ହେବା ଲକ୍ଷ୍ୟ ରଖିଛି ।

SHARE BY