The Topmost

“The eyes believe themselves, the ears believe other people.”

କିଏ ହେବେ ୨ ରାଜ୍ୟର ମୁଖ୍ୟମନ୍ତ୍ରୀ ?

୮ ଦିନ ପରେ ବି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀକୁ ନେଇ ଲାଗି ରହିଛି ସସପେନ୍ସ । କିଏ ହେବ ରାଜସ୍ଥାନ ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ । ରବିବାର ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ନାଁ ବିଜେପି ଘୋଷଣା କରିଥିବାବେଳେ ଆଜି ଏହି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଚେହେରା ଉପରୁ ପରଦା ହଟିପାରେ । ରାଜନାଥ ସିଂଙ୍କ ନେତୃତ୍ବରେ ୩ ଜଣିଆ ଟିମ ରାଜସ୍ଥାନ ପର୍ଯ୍ୟବେକ୍ଷକ ଭାବେ ଆଲୋଚନା କରୁଛନ୍ତି । ବସୁନ୍ଧରା ପିନ୍ଧିବେ ମୁଖ୍ୟମନ୍ତ୍ରୀ ମୁକୁଟ ନା ଆଉ କିଏ ହେବ ତାହାକୁ ନେଇ ଲାଗି ରହିଛି ଚର୍ଚ୍ଚା । ସେହିପରି ମଧ୍ୟପ୍ରଦେଶରେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ଚୟନ ନେଇ ନିଯୁକ୍ତ ହୋଇଛନ୍ତି ୩ ପର୍ଯ୍ୟବେକ୍ଷକ । ମଧ୍ୟପ୍ରଦେଶରେ ଶାସନ ବଜାୟ ରଖିଛି ବିଜେପି । ଏବେ ଶିବରାଜ ସିଂ ମୁଖ୍ୟମନ୍ତ୍ରୀ ଅଛନ୍ତି । ଶିବରାଜଙ୍କ ନେତୃତ୍ବରେ ଦଳ ପୁଣି ବିଜୟ ହୋଇଛି । ତେବେ ଶିବରାଜଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିନଥିଲା ବିଜେପି । ତେଣୁ ମଧ୍ୟପ୍ରଦେଶରେ ନୂଆ ମୁହଁ ମିଳିବା ଆଶା କରାଯାଉଛି । ସୋମବାର ଉଭୟ ମଧ୍ୟପ୍ରଦେଶ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବା ନେଇ ସମ୍ଭାବନା ରହିଛି ।

SHARE BY