ସବୁଜ ଚା’(ଗ୍ରିନ୍ ଟି) ପିଇବାର ଉପକାରିତା ବିଷୟରେ ଅଳ୍ପ ବହୁତ ସମସ୍ତେ ଜାଣନ୍ତି। ଭାରତୀୟମାନେ ପିଉଥିବା ବିଭିନ୍ନ ରକମର ଚା’ ମଧ୍ୟରେ ବୋଧହୁଏ ଦ୍ୱିତୀୟ ସ୍ଥାନରେ ରହିଛି ଗ୍ରିନ୍ ଟି। ଏହା ଲୋକେ ସଉକ ପାଇଁ କମ୍, ନିଜ ସ୍ୱାସ୍ଥ୍ୟ ପାଇଁ ଅଧିକ ପିଇଥାନ୍ତି। ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ଗ୍ରିନ୍ଟିରେ ଗୋଟିଏ ପ୍ରକାରର ଭଲ ଗୁଣ ନୁହେଁ, ରହିଛି ଅଜସ୍ର ଉପକାରୀ ଗୁଣ।
: ଗ୍ରିନ ଟି ମସ୍ତିଷ୍କକୁ ସକ୍ରିୟ ରଖିବାରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। କଫିରେ ଯେତେ ପରିମାଣର କ୍ୟାଫିନ୍ ଥାଏ ଗ୍ରିନ୍ ଟିରେ ସେତେ ପରିମାଣର କ୍ୟାଫିନ୍ ନଥାଏ। ତେଣୁ ଏହା ଦେହ ପାଇଁ ଖୁବ୍ ଭଲ ହୋଇଥାଏ।
: ଶରୀରରେ ବଢ଼ିଥିବା ଅଯଥା ମାଂସକୁ ଗ୍ରିନ୍ ଟି ପିଇବା ଦ୍ୱାରା ନିୟନ୍ତ୍ରଣ କରାଯାଇ ପାରେ। ଦୈନନ୍ଦିନ ଗ୍ରିନ୍ ଟି ପିଇଲେ ଓଜନ ହ୍ରାସ ହୋଇଥାଏ।
: ସବୁବେଳେ ଗ୍ରିନ୍ ଟି ପିଉଥିବା ଲୋକଙ୍କ ଭିତରେ କର୍କଟ ସମସ୍ୟା ପ୍ରାୟତଃ କମ୍ ଦେଖାଯାଏ।
: କେବଳ କର୍କଟ କାହିଁକି, ହୃଦ୍ରୋଗକୁ ବି ଗ୍ରିନ୍ ଟି ପିଇବା ଦ୍ୱାରା ଆୟତ୍ତରେ ରଖାଯାଇପାରେ ବୋଲି ଗବେଷକମାନେ କହିଛନ୍ତି।
: ତେବେ, ମଧୁମେହ ରୋଗୀଙ୍କ ପାଇଁ ତ ଏହା ଅବ୍ୟର୍ଥ ଔଷଧ। ଗ୍ରିନ ଟି ପିଇବା ଦ୍ୱାରା ରକ୍ତରେ ଶର୍କରା ଭାଗକୁ ଆୟତ୍ତରେ ରଖାଯାଇପାରେ।
More Stories
ଭୃସଙ୍ଗ ପତ୍ରର ନ୍ୟୁଟ୍ରିସନକୁ ସରି ହେବନି ମହଙ୍ଗା ଔଷଧ
ଗର୍ଭାବସ୍ଥାରେ କେଉଁ ଧାତୁର ପ୍ରଭାବ କିପରି ହୋଇଥାଏ
magic of sugarcane juice ଆଖୁରସର ଚମତ୍କାରୀତା