ଶ୍ରୀନଗର: ଫେବୃଆରୀ ୧୯: ଦକ୍ଷିଣ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ଚାଲିଥିବା ଗୁଳି ବିନିମୟରେ ଦୁଇ ସୈନିକଙ୍କ ସହ ଜଣେ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ନିହତ ସୈନିକଙ୍କୁ ଯଥା ସନ୍ତୋଶ ଯାଦବ ଏବଂ ସେପୋଇ ଚାଭାନ୍ ରୋମିଟ୍ ତାନାଜୀ ବୋଲି ଚିହ୍ନଟ କରିଥିଲେ । ଆଜି ସକାଳେ ପୋଲିସ ଏବଂ ସୁରକ୍ଷା ବାହିନୀ ଏହି ଅଞ୍ଚଳରେ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିବା ପରେ ଏହି ଏନକାଉଣ୍ଟର ହୋଇଥିଲା। ମିଳିତ ବାହିନୀର ସନ୍ଦିଗ୍ଧ ସ୍ଥାନ ନିକଟରେ ପହଞ୍ଚିବା ମାତ୍ରେ ଲୁଚି ରହିଥିବା ମାଓବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ତେବେ ଉଭୟ ପକ୍ଷର ଗୁଳିରେ ଦୁଇ ଯବାନଙ୍କ ସମେତ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି। ନିହତ ମାଓବାଦୀଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ।
More Stories
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ