ଜାମ୍ମୁ କାଶ୍ମୀର ଗନ୍ଦେରବଲରେ ଚଳିତ ବର୍ଷର ପ୍ରଥମ ବରଫ ପାତ । ବରଫପାତ ଯୋଗୁଁ ଜୋଜିଲା ପାସ ଓ ସୋନମାର୍ଗକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ରାସ୍ତାରେ ପ୍ରବଳ ମାତ୍ରାର ବରଫପାତ ଯୋଗୁଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।ଘଣ୍ଟା ଘଣ୍ଟା ଧରି ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେହିପରି ହିମାଚଳ ପ୍ରଦେଶରେ ମଧ୍ୟ ବିଭିନ୍ନ ସ୍ଥାନରେ ବରଫପାତ ହୋଇଛି । ରାଜଧାନୀ ସିମଲା ସମେତ ଆଖପାଖ ଅଂଚଳରେ ସାମାନ୍ୟ ବର୍ଷା ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ପାଗ ପରିବର୍ତ୍ତନ ହେଉଥିବାରୁ ତାପମାତ୍ରା ହ୍ରାସ ପାଇଛି । ଲାହୋଲ, ସ୍ପିତି, କିନୌର ଓ ଚମ୍ବା ଅଂଚଳରେ ତାପମାତ୍ରା ତଳକୁ ଖସିଛି । ବରଫପାତ ଯୋଗୁଁ ଲେହ-ମନାଲୀ ରାସ୍ତାରେ ମଧ୍ୟ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଦୁଇ ପଟେ ଶହ ଶହ ସଂଖ୍ୟାରେ ଗାଡି ଅଟକି ରହିଥିଲା । ପ୍ରଶାସନପକ୍ଷରୁ ରାସ୍ତାରୁ ବରଫ ସଫା କରିବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା ।
“The eyes believe themselves, the ears believe other people.”
More Stories
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର