August 17, 2025
Niladree bijay

କାଳିଆ ସାଆନ୍ତ ଓ ମା ଲକ୍ଷ୍ମୀଙ୍କ ଅପୂର୍ବ କଳି, ନିଳାଦ୍ରୀ ବିଜେ

ପାବନ ବଡ଼ ଏକାଦଶୀ ତିଥିରେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ବିମଣ୍ଡିତ ହୁଅନ୍ତି ସୁନାବେଶରେ। ରଥ ଉପରେ ଅନୁଷ୍ଠିତ ସୁନାବେଶକୁ ଦର୍ଶନ କରି ଅପାର ଆନନ୍ଦ ଲଭନ୍ତି ଭକ୍ତଜନ। ଏହାପରେ ଅନୁଷ୍ଠିତ ହୁଏ ଅଧର ପଣା ନୀତି। ପ୍ରଭୁଙ୍କ ଅଧର ସ୍ପର୍ଶ କରୁଥିବାରୁ ଏହାକୁ ଅଧରପଣା କୁହାଯାଏ। ରଥର ପାର୍ଶ୍ଵ ଦେବତା, ଚଣ୍ଡୀ ଚାମୁଣ୍ଡାଙ୍କ ତୃପ୍ତି ଉଦ୍ଦେଶ୍ୟରେ ଏହି ପଣା ଉତ୍ସର୍ଗ କରାଯାଏ। ସର୍ବ ଶେଷରେ ପାଳିତ ହୁଏ ନିଳାଦ୍ରୀ ବିଜେ।

ଚତୁର୍ଦ୍ଧାମୂର୍ତ୍ତି ରତ୍ନସିଂହାସନକୁ ବିଜେ କରିବା ପୂର୍ବରୁ ରାମକୃଷ୍ଣ ଓ ମଦନମୋହନ ବିଜେ କରନ୍ତି। ଦକ୍ଷିଣ ଘରକୁ ମହାପ୍ରଭୁ ଓହ୍ଲାଇ ଚାହାନ୍ତି ଚାହାଣୀ ମଣ୍ଡପରେ ମାତା ଲକ୍ଷ୍ମୀଙ୍କୁ। ଗୋଟିଏ ପଟେ ଭିତରକୁ ମହାପାତ୍ର ଓ ଅପରପକ୍ଷେ ପତି ମହାପାତ୍ର ନିଜକୁ ନିୟୋଜିତ କରନ୍ତି। ଏଇ ପାବନ କାର୍ଯ୍ୟରେ ସିଂହଦ୍ଵାରକୁ ବନ୍ଦ କରିଦିଆଯାଏ । ଲକ୍ଷ୍ମୀଙ୍କ ଗୁମାନ ଭଙ୍ଗ କରିବାକୁ ମହାପ୍ରଭୁ ନରମି ଯାଆନ୍ତି ଓ ପ୍ରତିନିଧିଙ୍କ ଦ୍ଵାରା ଗୁମାନ ଭଙ୍ଗ ଓ ଅଭିମାନ ଭଙ୍ଗର ଯେଉଁ ପକ୍ରିୟା ଚାଲେ ତାକୁ “ବିଚନିକା” କୁହାଯାଏ। ଏହା ପରେ ମଙ୍ଗଳ ଗାନ ପରେ ସିଂହଦ୍ଵାର ଖୋଲାଯାଇ।

ନବଦିନ ଯାତ୍ରାରୁ ଫେରି ମହାପ୍ରଭୁ ସଙ୍ଗରେ ଆଣିଥିବା ନବବସ୍ତ୍ର ଓ ସୁଆଦିଆ ରସଗୋଲା ଦେଖାଇ ଲକ୍ଷ୍ମୀଙ୍କ ମାନ ଭଞ୍ଜନ କରନ୍ତି। ବର୍ଷକୁ ଥରେ ମାତ୍ର ଶ୍ରୀମନ୍ଦିରରେ ରସଗୋଲା ଭୋଗ ହୋଇଥାଏ। ପରିଶେଷରେ ମା ଲକ୍ଷ୍ମୀଙ୍କ ତରଫରୁ ଅର୍ପିତ ରସଗୋଲା ଆସ୍ବାଦନ କରି ମହାପ୍ରଭୁ ସିଂହାସନରେ ନିଳାଦ୍ରୀ ବିଜେ କରନ୍ତି।।https://thetopmost.in/the-report-on-worlds-biggest-dangerous-forest-fire/

SHARE BY