The Topmost

“The eyes believe themselves, the ears believe other people.”

କାଲି ସିଙ୍ଗାପୁର ଓ ବ୍ୟାଙ୍କକକୁ ଉଡ଼ିବ ବିମାନ

ଆସନ୍ତାକାଲି ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧାସଳଖ ଉଡ଼ିବ ବିମାନ । ସକାଳ ୬ଟା ୨୫ରେ ସିଙ୍ଗାପୁରକୁ ଓ ଅପରାହ୍ନ ୪ଟା ୫୦ରେ ବ୍ୟାଙ୍କକକୁ ଉଡ଼ିବ ବିମାନ । ଉଭୟ ରୁଟରେ ଇଣ୍ଡିଗୋ ଏୟାର ଲାଇନ୍ସ ପକ୍ଷରୁ ବିମାନ ସେବା ଯୋଗାଇ ଦିଆଯିବ । ଏନେଇ ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି । ପ୍ରଥମ ଉଡ଼ାଣରେ ଅନେକ ଅତିଥି ଥିବାବେଳେ ସାମିଲ ହୋଇଛନ୍ତି ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମେୟର । ପ୍ରଥମ ପର୍ଯ୍ୟାୟରେ ସପ୍ତାହରେ ଦୁଇଦିନ ଏହି ସେବା ଉପଲବ୍ଧ ହେବ । ଗତ ୧୫ ତାରିଖରେ ଭୁବନେଶ୍ୱରରୁ ଦୁବାଇକୁ ଇଣ୍ଡିଗୋ ଏୟାର ଲାଇନ୍ସ ଜରିଆରେ ରାଜ୍ୟ ସରକାରଙ୍କ ଉଦ୍ୟମରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ ହୋଇଥିଲା ।