ବିକାଶର ନୂଆ ଅଧ୍ୟାୟ ଲେଖିବାକୁ ଯାଉଛି ମାଲକାନଗିରି। ଆସନ୍ତାକାଲି ଲୋକାର୍ପିତ ହେବ ମାଲକାନଗିରି ବିମାନ ବନ୍ଦର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ବିମାନବନ୍ଦରରେ ଅବତରଣ କରି ଏହାର ଶୁଭାରମ୍ଭ କରିବର। ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ରହିବେ। ପରୀକ୍ଷା ମୂଳକ ଭାବେ ବିମାନ ବନ୍ଦରରେ ଗତକାଲି ଅବତରଣ କରିଥିଲା ଗୋଟିଏ ବିମାନ। ଟ୍ରାଏଲ ରନ ସଫଳ ହୋଇଥିବା କହିଛନ୍ତି ବିମାନର ମୁଖ୍ୟ ପାଇଲଟ୍ ଓ ଡିଜିସିଏ ଅଧିକାରୀ। ଏଠାକାର ଭିତ୍ତିଭୂମି ଓ ସୁବିଧାକୁ ସନ୍ତୋଷ ପ୍ରକାଶ କରିଛନ୍ତି ପାଇଲଟ ଟିମ। ଖୁବ ଶୀଘ୍ର ମାଲକାନଗିରିରୁ ଯାତ୍ରୀବାହୀ ବିମାନ ଚଳାଚଳ ଆରମ୍ଭ କରିବ । ୧୬୦୦ ମିଟର ରନଓ୍ବେ ଥିବା ମାଲକାନଗିରି ଏୟାର ପୋର୍ଟରେ ମଧ୍ୟମ ବର୍ଗର ଉଡାଜାହାଜ ଅବତରଣ କରି ପାରିବ ବୋଲି ପାଇଲଟ କହିଛନ୍ତି । ପ୍ରାୟ ୧୦୬ ହେକ୍ଟର ଜମିରେ ନିର୍ମିତ ଏହି ବିମାନ ବନ୍ଦରରେ ୧୬୨୦ ମିଟର ରନୱେ ପ୍ରସ୍ତୁତି ହୋଇଛି । ଆବଶ୍ୟକ ସ୍ଥଳେ ଏହାକୁ ତିନି କିଲୋମିଟର ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇ ପାରିବ। ମାଲକାନଗିରି ଜିଲ୍ଲାକୁ ଆକାଶ ପଥରେ ଯୋଡ଼ିବା ଲାଗି ମୁଖ୍ୟମନ୍ତ୍ରୀ ଯେଉଁ ସପ୍ନ ଦେଖିଥିଲେ ତାହା ବାସ୍ତବ ରୂପ ନେଉଛି। ଯୁଦ୍ଧକାଳିନ ଭିତିରେ ମାଲକାନଗିରି ଏୟାରପୋର୍ଟ କାର୍ଯ୍ୟ ଜାରି ରହିଥିବା ବେଳେ, ଏହାର ତଦାରଖ କରିଛନ୍ତି ଡିଜିସିଏର ଏକ ଟିମ । ମାତ୍ର ୧୪ ମାସରେ ୫୪ କୋଟି ଟଙ୍କା ବେୟ ଅଟକଳରେ ଏହି ଏୟାର ପୋର୍ଟ ନିର୍ମାଣ ହୋଇ ପାରିଛି ।
More Stories
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍