ଆସନ୍ତାକାଲିଠାରୁ ଆରମ୍ଭ ହେବ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଟେଷ୍ଟ ସିରିଜ୍ । ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ଦୁଇଟି ଟେଷ୍ଟ, ତିନୋଟି ଦିନିକିଆ ଓ ପାଞ୍ଚଟି ୨-୨୦ ମ୍ୟାଚ୍ ଖେଳିବ । ତେବେ ଏହି ସିରିଜର ପ୍ରଥମ ମ୍ୟାଚ ଆସନ୍ତାକାଲି ଡୋମିନିକାରେ ଖେଳାଯିବ । ବିଶ୍ୱ ଟେଷ୍ଟ ଚାମ୍ପିଆନ୍ସସିପ୍ ଫାଇନାଲରେ ପରାଜୟ ପରେ ପୁଣି ଥରେ ଏକ ନୂଆ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ରୋହିତ ବ୍ରିଗେଡ୍ । ଜୁଲାଇ ୧୨ରୁ ଆରମ୍ଭ ହେଉଥିବା ଟେଷ୍ଟ ସିରିଜରେ ଓ୍ୱେଷ୍ଟଇଣ୍ଡିଜ୍ ଉପରେ ଭାରି ପଡ଼ିବ ଭାରତ । କାହିଁକି ନା ଓ୍ୱେଷ୍ଟଇଣ୍ଡିଜ୍ ମାଟିରେ ଭାରତ ଶେଷ ଚାରୋଟି ଟେଷ୍ଟ ସିରିଜ୍ ନିଜ ନାମରେ କରିଥିଲା । ଶେଷଥର ପାଇଁ ଓ୍ୱେଷ୍ଟଇଣ୍ଡିଜ୍ ୨୦୦୨ରେ ନିଜ ମାଟିରେ ଭାରତ ବିପକ୍ଷରେ ଟେଷ୍ଟ ସିରିଜ୍ ଜିତିଥିଲା । ସେବେଠାରୁ ଓ୍ୱେଷ୍ଟଇଣ୍ଡିଜରେ ଭାରତ ସମ୍ପୂର୍ଣ୍ଣ ଭାବେ ପ୍ରାଧାନ୍ୟ ବିସ୍ତାର କରିଆସୁଛି ।
“The eyes believe themselves, the ears believe other people.”
More Stories
ଇଂଲଁଣ୍ଡ-ଇଣ୍ଡିଆ ମୁହାଁମୁହିଁ
ରଣଜୀ ଟ୍ରଫି ଖେଳିବେ କୋହଲି
ଖେଳରତ୍ନର ବିଜେତା ହେଲେ ଗୁକେଶ୍, ମନୁ..