The Topmost

“The eyes believe themselves, the ears believe other people.”

କାଲି ଆସିବେ ଦ୍ରୌପଦୀ

ଆସନ୍ତାକାଲି ଓଡ଼ିଶା ଆସିବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ନିଜ ସପକ୍ଷରେ ସମର୍ଥନ ଲାଗି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସୁଛନ୍ତି । ତେବେ ସେ ସବୁ ଦଳର ସମର୍ଥନ ଲାଗି ପ୍ରୟାସ ଚଳାଇଛନ୍ତି । ସେ ପୂର୍ବାହ୍ନ ସାଢ଼େ ୧୦ଟା ବେଳେ ବିଧାନସଭାକୁ ଆସିବାର ସୂଚନା ରହିଛି । ଏନେଇ ବିଧାନସଭାର ୫୪ ନମ୍ବର କକ୍ଷରେ ସ୍ବତନ୍ତ୍ର ଆୟୋଜନ ହେଉଛି । ଏଥିରେ ବିଜେଡିର ସମସ୍ତ ବିଧାୟକ ଓ ସାଂସଦ ଉପସ୍ଥିତ ରହିବେ । ଆସନ୍ତାକାଲି ପୂର୍ବାହ୍ନ ୧୦ଟାରେ ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱରର ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଥମେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବେ । ତାପରେ ସେ ବିଧାନସଭାକୁ ଆସିବେ । ତେବେ ଆଗରୁ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ କଥା ହୋଇଛନ୍ତି । ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ନବୀନ ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥି ସହିତ ନବୀନ କହିଛନ୍ତି ଯେ, ଦ୍ରୌପଦୀଙ୍କ ପ୍ରାର୍ଥିତ୍ୱ ରାଜ୍ୟବାସୀଙ୍କ ପାଇଁ ଗୌରବର ମୁହୂର୍ତ୍ତ ।

SHARE BY