ଆମେରିକାର କାଲିଫର୍ଣ୍ଣିଆରେ ବରଫ ଝଡ । ଝଡରେ ୧୩ ସହର ପ୍ରଭାବିତ ହୋଇଛି । ଏଥିରେ ୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ନିଖୋଜ ହୋଇଯାଇଛନ୍ତି । ତେବେ ଏହି ଝଡ ଭିତରୁ ଲୋକଙ୍କୁ ଉଦ୍ଧାର କରାଯାଉଛି । ଏବେ ସୁଦ୍ଧା ୧ ଶହରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇସାରିଲାଣି । ଝଡ ଯୋଗୁ ୭୦ହଜାରରୁ ଅଧିକ ଘରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ଆଗକୁ ଦୁଇ ଦିନ ପର୍ଯ୍ୟନ୍ତ ବରଫପାତ ହେବାର ଅନୁମାନ କରାଯାଉଥିବା ବେଳେ ଲୋକଙ୍କୁ ସତର୍କ କରିଦିଆଯାଇଛି । ସ୍ଥାନୀୟ ଅଂଚଳ ଗୁଡିକରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ