କାଲିଠୁ ଭୁବନେଶ୍ବରରୁ ରାଉରକେଲାକୁ ଉଡ଼ିବ ବିମାନ । ସକାଳ 10 ଟା 45ରେ ଭୁବନେଶ୍ବରରୁ ଉଡ଼ାଣ ଆରମ୍ଭ କରିବ ଆଲାଏନ୍ସ ଏୟାର ବିମାନ । ବିମାନ ଚଳାଚଳର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭିସି ଜରିଆରେ ସାମିଲ ହେବେ । ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ରହିବେ । 10 ଟା 45ରେ ଭୁବନେଶ୍ବରରୁ ଉଡାଣ ଆରମ୍ଭ କରି ୧୧ଟା ୪୦ରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିବ ବିମାନ । ଏହାପରେ 12 ଟା 5ରେ ରାଉରକେଲାରୁ ବାହାରି ଅପରାହ୍ମ ଗୋଟାଏରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବ । 12 ତାରିଖରୁ ଦୈନିକ ଉଡାଣ ଜାରି ରହିବ । ପ୍ରତିଦିନ ବିମାନ ଭୁବନେଶ୍ବରରୁ ଦିନ 2ଟା 55ରେ ଛାଡ଼ି ରାଉରକେଲାରେ 3 ଟା 50ରେ ପହଞ୍ଚିବ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ