The Topmost

“The eyes believe themselves, the ears believe other people.”

କାର୍ କମ୍ପାନୀ ଟେସଲା କଠୋର ନିଷ୍ପତ୍ତି, ସପ୍ତାହକୁ ୪୦ ଘଣ୍ଟା ଅଫିସ୍ !

() ଏଲୋନ୍ ମସ୍କଙ୍କ କାର୍ କମ୍ପାନୀ ଟେସଲାକୁ ନେଇ କଠୋର ନିଷ୍ପତ୍ତି । ସୋସିଆଲ ମିଡିଆରେ ଟେସଲା ସହ ଜଡିତ ଏକ ମେଲ୍ ଲିକ୍ ହୋଇଛି । ଯେଉଁଥିରେ କରୋନା ସମୟରେ ଆରମ୍ଭ ହୋଇଥିବା ଓ୍ୱାର୍କ ଫ୍ରମ୍ ହୋମ ଅବଧି ଶେଷ ହୋଇଥିବା ନେଇ ଘୋଷଣା ହୋଇଛି । ମେଲରେ ସିଧାସଳଖ ଲେଖାଅଛି ଯେ କର୍ମଚାରୀଙ୍କୁ ଅତି କମରେ ପ୍ରତି ସପ୍ତାହରେ ୪୦ ଘଣ୍ଟା ଅଫିସରେ କାମ କରିବାକୁ ପଡିବ । ତେବେ ଲିକ୍ ହୋଇଥିବା ସ୍କ୍ରିନସଟ୍ ସହିତ ଟେସଲା କର୍ମଚାରୀଙ୍କୁ ଏଲୋନ୍ ମସ୍କଙ୍କ ତରଫରୁ ଏହି ମେଲ୍ ଲେଖାଯାଇଥିବା ଦାବି ହୋଇଛି ।

ତାଙ୍କ ନାମ ମେଲରେ ମଧ୍ୟ ଲେଖାଯାଇଛି । ଟେସଲା କର୍ମଚାରୀ ଅଫିସକୁ କାମ କରିବାକୁ ଆସନ୍ତୁ କିମ୍ବା ଟେସଲା ଛାଡିବାକୁ ଏନେଇ ଏଲୋନ୍ ମସ୍କ ଚେତାବନୀ ଦେଇଛନ୍ତି । ବର୍ତ୍ତମାନ ସମୟରେ ଏଲୋନ୍ ମସ୍କଙ୍କ ତରଫରୁ ଏହି ମେଲ୍ କରାଯାଇଛି କି ନାହିଁ ତାହା ସ୍ପଷ୍ଟ ହୋଇ ନଥିବାବେଳେ କମ୍ପାନୀ ଏହା ଉପରେ କୌଣସି ସ୍ପଷ୍ଟୀକରଣ ଦେଇନାହିଁ ।

https://thetopmost.in/deepika-padukone-is-now-cannes-jury-member/

https://thetopmost.in/hydra-facial-is-in-trend/