The Topmost

“The eyes believe themselves, the ears believe other people.”

efs

କାନ୍ସ ଫେଷ୍ଟିଭାଲରେ ଭାରତୀୟଙ୍କ ଜଲୱା

ଫ୍ରାନ୍ସରେ ୭୫ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ ଆରମ୍ଭ ହୋଇଛି । ଏହି ପର୍ବ ମେ ୨୮ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି । ଦୀପିକା ପାଦୁକୋନ, ଉର୍ବଶୀ ରାଉତେଲା, ତମନ୍ନା ଭାଟିଆ, ଏ.ଆର୍‌ ରହମାନ, ପୂଜା ହେଗଡେଙ୍କ ସମେତ ଅନେକ ଭାରତୀୟ ସେଲିବ୍ରେଟ୍‌ ଏହି ଉତ୍ସବର ଉଦଘାଟନୀ ଦିବସରେ ରେଡ୍‌ କାର୍ପେଟରେ ଓହ୍ଲେଇଥିଲେ । ଯାହାଙ୍କୁ ଦେଖି ଦର୍ଶକ ବେଶ୍‌ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ । ଏଥର ସମ୍ମାନଜନକ ଚଳଚ୍ଚିତ୍ର ମହୋତ୍ସବରେ ଭାରତୀୟ ସିନେମା ପାଳନ କରାଯାଉଛି । କାନ୍ସ ପାଇଁ ଭାରତ ପ୍ରଥମ ଥର ପାଇଁ ସମ୍ମାନର ଦେଶଦ ଭାବରେ ମନୋନୀତ ହୋଇଛି । ଦୀପିକା ପାଦୁକୋନ ଚଳିତ ବର୍ଷ ଉତ୍ସବର ଜୁରି ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି । ଅଭିନେତ୍ରୀ ଉଦଘାଟନୀ ସମାରୋହରେ ଏକ କଳା ଏବଂ ସୁବର୍ଣ୍ଣ ଶାଢି ପିନ୍ଧିିଥିଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଭାରତର ପ୍ରତିନିଧୀ ଦଳକୁ ସମ୍ମାନର ଦେଶ ଭାବରେ ଆଗେଇ ନେଉଛନ୍ତି । ଏହି ପ୍ରତିନିଧୀ ଦଳରେ ଏ. ଆର୍‌ ରହମାନ, ପୂଜା ହେଗଡେ, ଶେଖର କାପୁର, ପ୍ରସୁନ୍‌ ଯୋଶୀ, ମମେ ଖାନ୍‌ ଏବଂ ରିକି କେଜ୍‌ଙ୍କ ସମେତ ଅନେକ ଲୋକ ସାମିଲ ଅଛନ୍ତି ।

kans festival

https://twitter.com/RaminSetoodeh/status/1526542655383035908?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1526542655383035908%7Ctwgr%5E%7Ctwcon%5Es1_&ref_url=http%3A%2F%2Fwww.prameyanews7.com%2Fdeepika-padukone-video-goes-viral-on-the-jury-table-cannes-2022%2F

vghttps://thetopmost.in/?p=755

https://thetopmost.in/?p=2198

https://thetopmost.in/?p=2095

https://thetopmost.in/?p=2009