The Topmost

“The eyes believe themselves, the ears believe other people.”

a random guy kissed deepika at channes

କାନ୍ସ ଫେଷ୍ଟିଭାଲରେ ଦୀପିକାଙ୍କ ଉପରେ ହେଲା କିସ୍‌ ଆଟାକ୍‌

ବଲିଉଡ୍‌ ଡିଭା ଦୀପିକା ପାଦୁକୋନ୍‌ ସବୁବେଳେ ନିଜର ଭିନ୍ନ ଅନ୍ଦାଜ୍‌ ଓ ଦୟାଳୁ ସ୍ୱାଭାବକୁ ନେଇ ପ୍ରଶଂସିତ ହୋଇଥାନ୍ତି । ତେବେ ଖାଲି ନିଜ ଦେଶରେ କଣ ପାଇଁ ନିକଟରେ ସେ କାନ୍ସରେ ମଧ୍ୟ ନିଜର ଫ୍ୟାନ୍ସ ଫଲୋଇଙ୍ଗକୁ ଜବରଦସ୍ତ ମୋଡ ଦେଇଛନ୍ତି । ସେ ବର୍ତ୍ତମାନ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ ୨୦୨୨ରେ ସାମିଲ୍‌ ହୋଇଛନ୍ତି । ସେଠାରେ ତାଙ୍କୁ ଜୁରୀ ହେବାର ସୁଯୋଗ ମିଳିଛି । ଦୀପିକା ରେଡ୍‌ କାର୍ପେଟରେ ନିଜର ଜଲୱା ଦେଖାଇବା ଅନ୍ଦାଜ୍‌ ଫଟୋଗ୍ରାଫରମାନଙ୍କୁ ତାଜୁବ୍‌ କରିଛି । ପ୍ରତିଦିନ ତାଙ୍କର ନୂଆ ନୂଆ ଲୁକ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ କାନ୍ସର ରେଡ କାର୍ପେଟରୁ ଦୀପିକାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବାସ୍ତବରେ, ଦୀପିକାଙ୍କ ଫ୍ୟାନ୍‌ ସମଗ୍ର ବିଶ୍ୱରେ ଅଛନ୍ତି । ଦୀପିକା ଏତେ ଗ୍ଲାମରସ୍‌ ଯେ ତାଙ୍କ ସହ ସମସ୍ତେ ସେଲଫି ନେବାକୁ ଇଚ୍ଛା କରନ୍ତି । କେବଳ ଫ୍ୟାନ୍ସ ହିଁ ନୁହେଁ ହଲିଉଡର ଅନେକ ଷ୍ଟାରଙ୍କ ନଜର ମଧ୍ୟ ତାଙ୍କ ଉପରେ ଅଛି । ତେବେ ନିକଟରେ ତାଙ୍କର ସେହି ଅନ୍ଦାଜକୁ ଦେଖି ନିଜକୁ କାବୁ କରିପାରିଲେନି ଜଣେ ଫ୍ୟାନ୍‌ । ଦୀପିକା ରେଡ କାର୍ପେଟରେ ପାପାରାଜି ପାଇଁ ପୋଜ୍‌ ଦେଉଥିବା ବେଳେ ହଠାତ ଜଣେ ବ୍ୟକ୍ତି ମଝିରୁ ଆସି ଦୀପିକାଙ୍କୁ ଆଲିଙ୍ଗନ କରି କିସ୍‌ କରିଥିଲେ । ସେହି ସମୟରେ ଦୀପିକା ତାଙ୍କ ଅଣ୍ଟାରୁ ବ୍ୟକ୍ତଙ୍କ ହାତ ହଟାଉଥିବାର ନଜର ଆସିଥିଲେ । ଏପରି ଏକ ଅକ୍ୱାର୍ଡ ସମୟରେ ମଧ୍ୟ ଦୀପିକା ଏହି ପରିସ୍ଥିତିକୁ ଅତି ଚମତ୍କାର ଭାବରେ ପରିଚାଳନା କରିଥିବା ଭିଡିଓରେ ଦେଖିବାକୁ ମିଳିଛି ।

https://www.instagram.com/p/CdyZzXvlh7D/

https://thetopmost.in/?p=2608

https://thetopmost.in/?p=2586

https://twitter.com/bestofdpadukone/status/1527651161536245761

https://thetopmost.in/?p=1674