କାନାଡା ଆକାଶରେ ଅଚିହ୍ନା ବସ୍ତୁକୁ ଟାର୍ଗେଟ କରି ଖସାଇଲା ଆମେରିକାର ଯୁଦ୍ଧବିମାନ । ଟୁଇଟ କରି ସୂଚନା ଦେଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡିୟୁ । ଆମେରିକାର ଯୁଦ୍ଧ ବିମାନ ଏଫ-୨୨ ସଫଳତାର ସହ ଏହି ବସ୍ତୁକୁ ଖସାଇ ଦେଇଥିବା ନେଇ ସୂଚନା ଦେଇଛନ୍ତି କାନାଡା ପ୍ରଧାନମନ୍ତ୍ରୀ । ବେଲୁନ ଭଳି ଦେଖାଯାଉଥିବା ଉକ୍ତ ବସ୍ତୁର ଭଗ୍ନାବଶେଷ ଉଦ୍ଧାର ପାଇଁ ଚେଷ୍ଟା ଚଳାଇଛି କାନାଡା ସେନା । ଦୁଇ ସପ୍ତାହ ମଧ୍ୟରେ ଆମେରିକା, ଉତ୍ତର ଆମେରିକା ଏବଂ କାନାଡା ଆକାଶରେ ବେଲୁନ ଭଳି ଦେଖାଯାଉଥିବା ତିନିଟି ବସ୍ତକୁ ଖସାଯାଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ କଥା ହେବା ପରେ କାନାଡା ଏବଂ ଆମେରିକାର ମିଳିତ ଅପରେସନରେ ଏହି ବସ୍ତୁକୁ ଟାର୍ଗେଟ କରି ଖସାଯାଇଥିଲା ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ