ମୋଟା ଅଙ୍କର ଲାଭ ପାଇବା ଆଶା ଆଶାରେ ରହିଗଲା । ବିନିମୟର ମାଧ୍ୟମ ପାଲଟିଥିବା କ୍ରିପ୍ଟୋ କରେନ୍ସିକୁ ନେଇ ଆସିଛି ବଡ ଖବର । ମୋଟା ଅଙ୍କର ଲାଭ ପାଇବା ଆଶାରେ ବିଶ୍ୱର ଅନ୍ୟତମ କ୍ରିପ୍ଟୋ ଏକ୍ସଚେଞ୍ଜ ଦେବାଳିଆ ହୋଇପଡିଛି । ଏହାର ପ୍ରତିଷ୍ଠାତା ତଥା କ୍ରିପ୍ଟୋ କରେନ୍ସିର ବାଦଶାହା କୁହାଯାଉଥିବା ସାମ ବ୍ୟାଙ୍କମ୍ୟାନ ଫ୍ରାଏଡ କାଙ୍ଗାଳ ହୋଇଯାଇଛନ୍ତି । ୨୬ ଶହ କୋଟି ଡଲାର ତଥା ୧ ଲକ୍ଷ ୩୧ ହଜାର ୨ ଶହ କୋଟିର ମାଲିକ ଥିବା ସାମଙ୍କ ପାଖରେ ଏବେ କିଛି ନାହିଁ । ୨୪ ଘଣ୍ଟା ମଧ୍ୟରେ ତାଙ୍କ ସମ୍ପତିର ୯୬ ପ୍ରତିଶତ ହ୍ରାସ ପାଇଛି । ବିଶ୍ୱ ଇତିହାସରେ ଏଭଳି କୌଣସି ଧନୀ ବ୍ୟକ୍ତଙ୍କ ସମ୍ପତି ହ୍ରାସ ହେବା ଦେଖିବାକୁ ମିଳିନଥିଲା ।
“The eyes believe themselves, the ears believe other people.”
More Stories
ଜାଣନ୍ତୁ କଣ ଏହି ଲକ୍ଷପତି ଦିଦି ସହାୟିକା ଯୋଜନା, କିଏ ପାଇବେ ସାହାଯ୍ୟ
କୌଣସି ଯନ୍ତ୍ର ବିନା ନିଜେ ମାପନ୍ତୁ ସୁନାର ସୁଦ୍ଧତା
cyber security, ଓଡିଆ ଝିଅ ପ୍ରାଚୀ ମହାପାତ୍ରଙ୍କ କମାଲ