ବାରଣାସୀ ଜିଲ୍ଲା ଅଦାଲତର ରାୟ ବିରୋଧରେ ମୁସଲିମ୍ ପକ୍ଷ କରିଥିବା ଆବେଦନକୁ ଆଲ୍ଲାବାଦ ହାଇକୋର୍ଟଙ୍କ ଖାରଜ । ତେବେ ଜ୍ଞାନବ୍ୟାପୀ ମସଜିଦରେ ହେବ ଏଏସଆଇର ସର୍ଭେ । ମସଜିଦ୍ ଭିତରେ ଏଏସଆଇର ବୈଜ୍ଞାନିକ ସର୍ଭେକୁ ବିରୋଧ କରି ହାଇକୋର୍ଟର ଦ୍ୱାରସ୍ଥ ହେଇଥିଲେ ମୁସଲିମ୍ ପକ୍ଷ । ହେଲେ ଆଲ୍ଲାବାଦ୍ ହାଇକୋର୍ଟ ବାରଣାସୀ ଜିଲ୍ଲା କୋର୍ଟଙ୍କ ରାୟକୁ କାଏମ୍ ରଖିବା ସହିତ ମୁସଲିମ୍ ପକ୍ଷଙ୍କ ଆବେଦନକୁ ଖାରଜ କରିଛନ୍ତି । ତେବେ ଜୁଲାଇ ୨୭ ତାରିଖରେ କୋର୍ଟ ଏହି ମାମଲାରେ ଫଇସଲାକୁ ସୁରକ୍ଷିତ ରଖିଥିଲେ । ଯାହାର ରାୟ ଆଜି ପ୍ରକାଶ ପାଇଛି । ରାୟ ପ୍ରକାଶ ପାଇବା ପରେ ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି, ମାନନୀୟ ହାଇକୋର୍ଟ ମୁସଲିମ୍ ପକ୍ଷର ଆବେଦନକୁ ଖାରଜ କରିଦେଇଛନ୍ତି । ଏଏସଆଇର ସତ୍ୟପାଠ ଉପରେ ଆଶଙ୍କା ପ୍ରକାଶ କରିବାର କୌଣସି କାରଣ ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ତେଣୁ ଆଜିଠୁ ଜ୍ଞାନବ୍ୟାପୀ ମସଜିଦରେ ଏଏସଆଇ ସର୍ଭେ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ