କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ଜାତୀୟ ଜୁନିୟର ଆକ୍ୱାଟିକ୍ ଚାମ୍ପିୟନସିପ୍ । କ୍ରୀଡ଼ା ଓ ଯୁବସେବା ବିଭାଗ ଓ ରାଜ୍ୟ ସୁଇମିଂ ଆସୋସିଏସନର ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଛି ୪୮ତମ ଜାତୀୟ ଜୁନିୟର ଆକ୍ୱାଟିକ୍ ଚାମ୍ପିଅନସିପ୍ । ବିଜୁ ପଟ୍ଟନାୟକ ସୁଇମିଂପୁଲ୍ କମ୍ପ୍ଲେକ୍ସରେ ଏହି ପ୍ରତିଯୋଗିତା ୫ ଦିନ ଧରି ଚାଲିବ । ଏଥିରେ ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ ମୋଟ ୮୫୩ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । ସୁଇମିଂରେ ୨୫୪ ମହିଳା ପ୍ରତିଯୋଗୀଙ୍କୁ ମିଶାଇ ୫୨୮ ପ୍ରତିଯୋଗୀ ରହିଥିବା ବେଳେ ୱାଟର ପୋଲରେ ୧୦୫ ଜଣ ମହିଳା ପ୍ରତିଯୋଗୀଙ୍କ ସମେତ ମୋଟ ୩୨୫ ଜଣ ଭାଗ ନେଇଛନ୍ତି । ପ୍ରତିଯୋଗିତାରେ ଓଡ଼ିଶାରୁ ୧୨ ଜଣ ବାଳକ ଓ ୮ ଜଣ ବାଳିକା ଏହି ପ୍ରତିଯୋଗିତାରେ ରହିଛନ୍ତି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ