The Topmost

“The eyes believe themselves, the ears believe other people.”

କଳିଙ୍ଗ ଷ୍ଟାଡିୟମରେ ଉଦଘାଟନ ହେଲା ଟେନିସ ସେଣ୍ଟର 

କଳିଙ୍ଗ ଷ୍ଟାଡିୟମ ପରିସରରେ ଟେନିସ ସେଣ୍ଟର ଉଦଘାଟନ । ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଘାଟନ କରିଛନ୍ତି । ଏଥିସହିତ ଉକ୍ତ ଏସୀୟ ପ୍ରତିଯୋଗିତାର ଲୋଗୋ ଓ ଜର୍ସିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି । ଏହି ଟେନିସ୍ ସେଣ୍ଟରକୁ ଆନ୍ତର୍ଜାତିକ ଟେନିସ୍‌ ମହାସଂଘ ସ୍ବୀକୃତି ପ୍ରଦାନ କରିଛି । ଏହାମଧ୍ୟରେ ସିନ୍ଥେଟିକ୍‌ କୋର୍ଟ ସହିତ ୧୪୦୦ ଦର୍ଶକ ବସିବା ଭଳି ବ୍ୟବସ୍ଥା ରହିଛି । ଏଥିସହିତ ଜିମ୍ନାସିୟମ୍‌, ଖେଳାଳିଙ୍କ ଚେଞ୍ଜିଂ ରୁମ୍‌, ଅଡିଟୋରିୟମ, ଅତିଥିଙ୍କ ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠ, ମିଡିଆ ରୁମ୍‌, ବ୍ରଡକାଷ୍ଟ ଓ ପ୍ରଶାସନିକ କାର୍ଯ୍ୟ ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠ ଏହି କେନ୍ଦ୍ର ଭିତରେ ରହିଛି । ଟେନିସ୍‌ କମ୍ପ୍ଲେକ୍ସ ପରିସରରେ ୮ଟି ସିନ୍ଥେଟିକ୍‌ କୋର୍ଟ ରହିଛି । ସମସ୍ତ କୋର୍ଟ ଆନ୍ତର୍ଜାତିକ ମାନର ହୋଇଥିବାବେଳେ ଏଠାରେ ଅନ୍ତର୍ଜାତୀୟ ଟେନିସ୍‌ ମହାସଂଘ ଓ ଏସୀୟ ଟେନିସ୍‌ ମହାସଂଘର ମ୍ୟାଚ୍‌ଗୁଡ଼ିକ ଆୟୋଜନ ହୋଇପାରିବ । ଟେନିସ୍‌ ସେଣ୍ଟରକୁ ନିର୍ମାଣ କରିବା ପାଇଁ ସରକାର ୨୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ସୂଚନା । ଟେନିସ୍‌ ସେଣ୍ଟର ନିର୍ମାଣ କ୍ଷେତ୍ରରେ ଓଡ଼ିଶା ଟେନିସ୍‌ ସଂଘ ଓ ରାଜ୍ୟ କ୍ରୀଡ଼ା ବିଭାଗର ସହଭାଗିତାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ । ଏହାକୁ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଳିଙ୍ଗ ଷ୍ଟାଡିୟମ୍‌ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଟେନିସ୍‌‌ ସେଣ୍ଟର ଯୋଡ଼ି ହେବା ଦ୍ବାରା ରାଜ୍ୟର ଟେନିସ୍‌ ଖେଳାଳିଙ୍କୁ ଉନ୍ନତମାନର ‌ଖେଳ ପରିବେଶ ଉପଲବ୍ଧ ହେବ । ଏଠାରେ ଅଭ୍ୟାସ କରି ଓଡ଼ିଶାର ଖେଳାଳିମାନେ ଜାତୀୟ ଓ ଆନ୍ତର୍ଜାତିକ ପ୍ରତିଯୋଗିତାଗୁଡ଼ିକରେ ଭଲ ପ୍ରଦର୍ଶନ କରିପାରିବେ । 

SHARE BY