କଲମ୍ବିଆର ଘଞ୍ଚ ଆମାଜନ ଜଙ୍ଗଲରେ ଚମତ୍କାର । ଏକ କ୍ଷୁଦ୍ର ବିମାନ ଦୁର୍ଘଟଣା ପରେ ୪୦ ଦିନ ଧରି ନିଖୋଜ ଥିବା ୪ ଜଣ ଶିଶୁଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ୪ ଜଣ ଶିଶୁଙ୍କ ମଧ୍ୟରୁ ଜଣଙ୍କ ବୟସ ୧୧ ମାସରୁ କମ୍ ହୋଇଥିବା ବେଳେ ଅନ୍ୟମାନଙ୍କ ବୟସ ୧୩, ୯ ଓ ୪ ବର୍ଷ । ହିଂସ୍ର ଜୀବଜନ୍ତୁ, ବିରାଟ ବିରାଟ ସାପ ପରିପୂର୍ଣ୍ଣ କଲମ୍ବିଆର ଏହି ଭୟଙ୍କର ଆମାଜନ ଜଙ୍ଗଲରେ ୪ ଜଣ ଶିଶୁ ପ୍ରତିକୂଳ ପରିସ୍ଥିତିରେ ୪୦ ଦିନ ପରେ ଜୀବିତ ଥିବାରୁ କଲମ୍ବିଆରେ ଖୁସିର ଲହରୀ ଖେଳିଯାଇଛି । ଗତ ମେ ୧ ତାରିଖରେ ଆମଜନ ଜଙ୍ଗଲରେ ବିମାନ ଦୁର୍ଘଟଣା ପରେ ଏମାନେ ନିଖୋଜ ଥିଲେ । ୧୬୦ ଜଣ ଯବାନଙ୍କ ସହିତ ୨ ଶହ ସ୍ଥାନୀୟ ଲୋକ ଓ ସନ୍ଧାନୀ କୁକୁର ସର୍ଚ୍ଚ ଅପରେସନରେ ଲାଗିଥିଲେ । ହେଲିକପ୍ଟରର ସହାୟତା ନିଆଯାଇଥିଲା । ଦୁଇ ସପ୍ତାହ ତଳେ ଦୁର୍ଘଟଣାଗ୍ରସ୍ତ ବିମାନର ସନ୍ଧାନ ମିଳିଥିଲା । ଘଟଣାସ୍ଥଳରୁ ଚାରି ଶିଶୁଙ୍କ ମାଆଙ୍କ ସମେତ ୩ଜଣଙ୍କ ମୃତଦେହ ମିଳିଥିଲା । କିନ୍ତୁ ପିଲାମାନଙ୍କ ଖୋଜ ଖବର ମିଳିନଥିଲା । ପରେ ଉଦ୍ଧାର ହୋଇଥିବା ୪ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ଦୁର୍ବଳ ଅଛି । ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍