The Topmost

“The eyes believe themselves, the ears believe other people.”

କଲବଲ କରୁଛି ଦରଦାମ ତାତି

ଖରାର ତାତିଠାରୁ ବଳିଗଲାଣି ହାଣ୍ଡିଶାଳର ତାତି । ଡାଲି, ସୁଜି, ମଇଦାଠାରୁ ଆରମ୍ଭ କରି ଅଦା ଓ ରସୁଣ ପର୍ଯ୍ୟନ୍ତ ସବୁର ମୂଲ୍ୟ ଆକାଶଛୁଆଁ । କିଲୋ ପିଛା ରସୁଣ ମୂଲ୍ୟରେ ଦୁଇଗୁଣା ଓ ଅଦାରେ ୩ ଗୁଣା ବୃଦ୍ଧି ପ୍ରଥମ ଥର ପାଇଁ ହୋଇଛି । ହୋଲସେଲ ମାର୍କେଟରେ ରସୁଣ କିଲୋପିଛା ୧୦୦ ଟଙ୍କା । ସେହିଭଳି ଅଦାର ମୂଲ୍ୟ ୨୫୦ ଟଙ୍କା । ମାର୍ଚ୍ଚ ମାସରେ ଉଭୟ ରସୁଣ ଓ ଅଦାର ମୂଲ୍ୟ ଯଥାକ୍ରମେ କିଲୋ ପିଛା ୨୦ରୁ୩୦ ଓ ୫୫ରୁ୬୦ ଟଙ୍କା ରହୁଥିଲା । ମାତ୍ର ତାହା ବର୍ତ୍ତମାନ ଦୁଇରୁ ତିନିଗୁଣା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଚଳିତବର୍ଷ ବର୍ଷାର ଅଭାବ ଏବଂ ଖରା ଯୋଗୁ ବହୁଳଭାବରେ ଉତ୍ପାଦନ ହ୍ରାସ ପାଇଛି । ଦରଦାମ ନିୟନ୍ତ୍ରଣରେ କେନ୍ଦ୍ର ସରକାର ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ଜନସାଧାରଣ । ଦରଦାମ ବୃଦ୍ଧି ମଧ୍ୟବିତ୍ତ ଓ ଗରିବ ଶ୍ରେଣୀଙ୍କ ଚିନ୍ତାର କାରଣ ସାଜିଛି । ଗ୍ରୀଷ୍ମକାଳୀନ ମୂଲ୍ୟବୃଦ୍ଧି କେବଳ ଖାଉଟିଙ୍କ ସମସ୍ୟା ନୁହଁ ବରଂ ଏହି ସମୟରେ ବ୍ୟବସାୟୀଙ୍କୁ ଅନେକ କ୍ଷତି ସହିବାକୁ ପଡୁଥିବା କହିଛନ୍ତି ରାଜ୍ୟ ବ୍ୟବସାୟୀ ମହାସଂଘ ମହାସଚିବ ।