The Topmost

“The eyes believe themselves, the ears believe other people.”

କଲବଲ କରୁଛି ଅସହ୍ୟ ଗରମ ଗୁଳୁଗୁଳି

ଅସମ୍ଭାଳ ତାତିରେ ଅସ୍ତବ୍ୟସ୍ତ ଜନଜୀବନ । ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ । ଆସନ୍ତା କାଲି ଯାଏ କଲବଲ କରିବ ତାତି । ଆଜି ପ୍ରବଳ ଖରା ପାଇଁ ୬ ଜିଲ୍ଲା ମୟୁରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼, ବୌଦ୍ଧ, ସୋନପୁରକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ହିଟୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ୨୦ରୁ ୩୦ ପ୍ରତିଶତ ହ୍ୟୁମିଡିଟି ରହୁଥିବା ବେଳେ ଉପକୂଳରେ ରହୁଛି ୪୦ରୁ ୫୦ପ୍ରତିଶତ । ଫଳରେ ଅଧିକ ଗରମ ଗୁଳୁଗୁଳି ଅନୁଭୂତ ହେଉଛି । ଉପକୂଳ ଓଡ଼ିଶାରେ ଦିନ ସହ ରାତି ତାପମାତ୍ରାରେ ମଧ୍ୟ ପରିବର୍ତ୍ତନ ହେଉନାହିଁ । ରାତି ତାପମାତ୍ରା ସ୍ବାଭାବିକଠୁ ଅଧିକ ରେକର୍ଡ ହେଉଛି । ୨୧ ତାରିଖ ପରେ ତାପମାତ୍ରା କମିବା ସମ୍ଭାବନା ରହିଛି । ୨୨ ଏବଂ ୨୩ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ କେନ୍ଦ୍ର ସତର୍କତା ଜାରି କରିଛି ।