କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ୍ । ଫେସବୁକ, ଟ୍ୱିଟର ଓ ସ୍ନାପଚାଟ୍ ଭଳି ବଡ଼ ବଡ଼ କମ୍ପାନୀ ପରେ ଏବେ ଆମାଜନ ମଧ୍ୟ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତି ନେଇଛି । ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ, କମ୍ପାନୀ ଚଳିତ ସପ୍ତାହରେ ୧୦ହଜାର କର୍ମଚାରୀଙ୍କୁ ଛଟେଇ କରିବ । ଏଭଳି ପଦକ୍ଷେପ ପଛରେ କମ୍ପାନୀ ଲାଭ କରିବାରେ ବିଫଳ ହୋଇଥିବା ଦର୍ଶାଇଛି । ଯଦି ମୋଟ ଛଟେଇ ସଂଖ୍ୟା ୧୦ହଜାର ପାଖାପାଖି ରହେ, ତାହେଲେ ଏହା ଆମାଜନ ଇତିହାସରେ ସବୁଠାରୁ ବଡ଼ ଘଟଣା ହେବ । ଏହି ଛଟେଇ ମୁଖ୍ୟତଃ ଆଲେକ୍ସ ଭଳି ଉତ୍ପାଦ ନିର୍ମାତା କମ୍ପାନୀର ଡିଭାଇସ ୟୁନିଟ୍, ଏହାର ରିଟେଲ ୟୁନିଟ୍ ଏବଂ ମାନବ ସମ୍ବଳ ଟିମ୍ ଦ୍ୱାରା କରାଯିବ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ଆଗକୁ ଆସୁଛି ମେଗା ନିଯୁକ୍ତି ସୁଯୋଗ, ଏଚଏଲସିଏ ଦେଇଛି ୧.୫୧ ଲକ୍ଷ କୋଟି ଟଙ୍କାର ମଞ୍ଜୁର
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ