କର୍ବୋଭାକ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଲା ମଞ୍ଜୁରୀ । ଦେଶରେ କରୋନା ଭୂତାଣୁର ସଂକ୍ରମଣ ବିରୋଧରେ ବର୍ତ୍ତମାନ ଲଢେଇ ଜାରିରହିଛି । ତେବେ ଦେଶରେ ବହୁଳ ଭାବେ କୋଭାକ୍ସିନ ଏବଂ କୋଭିସିଲ୍ଡକୁ ଭ୍ୟାକସିନ ଭାବେ ଗ୍ରହଣ କରାଯାଉଛି । ଏହା ସହ ବୁଷ୍ଟର ଡୋଜ ମଧ୍ୟ ଲୋକେ ନେଉଛନ୍ତି । ତେବେ କେନ୍ଦ୍ର ସରକାର ବୁଧବାର ବାୟୋଲୋଜି–ଇ କମ୍ପାନୀର କରୋନା ଭ୍ୟାକସିନ କର୍ବୋଭାକ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛନ୍ତି । କର୍ବୋଭାକ୍ସକୁ ୧୮ ବର୍ଷରୁ ଅଧିକ ବୟସର ଲୋକେ ବୁଷ୍ଟର ଡୋଜ ଭାବେ ନେଇପାରିବେ । ଏହି ଭ୍ୟାକସିନକୁ କୋଭାକ୍ସିନ ଏବଂ କୋଭିସିଲ୍ଡକୁ ନେଇଥିବା ଲୋକେ ବୁଷ୍ଟର ଡୋଜ ଭାବେ ଗ୍ରହଣ କରିପାରିବେ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ