କର୍ତ୍ତବ୍ୟ ଭୁଲିଗଲେ ଅବକାରୀ ବିଭାଗର କର୍ମଚାରୀ । ନିଶା କାରବାର ରୋକିବା ବଦଳରେ ଓଲଟା ସେଥିରେ ହେଲେ ସାମିଲ । କୋରାପୁଟରୁ ଆନ୍ଧ୍ରକୁ ଚେରାଚାଲାଣ ହେଉଥିଲା ସବୁଜ ଜହର । ଆଉ ଯାହାକୁ ପଣ୍ଡ କରିଛି ସୁଙ୍କି ପୋଲିସ୍ । ଏହି ଚାଲାଣ ବେଳେ ମାଡିବସି ଚାଲାଣ ହେଉଥିବା ଟ୍ରକ୍ ସହ ୭ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ସୁଙ୍କି ପୁଲିସ । ତେବେ ପୁଲିସର ପାଟ୍ରୋଲିଂ ଟିମ୍ ହାତରେ ଏମାନେ ସମସ୍ତେ ଧରାପଡିଛନ୍ତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ୭ ଅଟକ ଅଭିଯୁକ୍ତଙ୍କ ମଧ୍ୟରେ ତିନି ଜଣ ଅବକାରୀ ଅଧିକାରୀ ଅଛନ୍ତି । ଗଞ୍ଜେଇ ବୋଝେଇ ଟ୍ରକକୁ ଅବକାରୀ ଅଧିକାରୀ ଓଡିଶା ସୀମାରୁ ସୁରକ୍ଷିତ ପାର କରାଉଥିବା ବେଳେ ପୁଲିସ ହାତରେ ଧରାପଡିଥିବା ଅଭିଯୋଗ ହୋଇଛି । ଟ୍ରକରୁ ୮ଶହରୁ ଅଧିକ କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ ହୋଇଛି । ତେବେ ଯାହାର କାମ ନିଶା କାରବାରକୁ ରୋକିବା ସେହିମାନେ ଏହି ଚାଲାଣରେ ସଂପୃକ୍ତ ହେବା ଘଟଣାକୁ ନେଇ ଚର୍ଚ୍ଚା ଜୋରଧରିଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍