ଆସନ୍ତା ମାସ ୧୦ରେ ଅନୁଷ୍ଠିତ ହେବ କର୍ଣ୍ଣାଟକ ବିଧାନସଭା ନିର୍ବାଚନ । ନିର୍ବାଚନର ତଦାରଖ ପାଇଁ ଭାରତର ନିର୍ବାଚନ ଆୟୋଗଙ୍କ ଦ୍ବାରା ୧୨୯ ସାଧାରଣ ଓ ୩୭ ପୋଲିସ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ଇସିଆଇଙ୍କ ଦ୍ବାରା ଜାରି ସାଧାରଣ ପର୍ଯ୍ୟବେକ୍ଷକ ତାଲିକାରେ ଅଛନ୍ତି ଓଡ଼ିଶାର ଆଇଏଏସ୍ ଅଧିକାରୀ ସୁଧାଂଶୁ ମୋହନ ସାମଲ । ଚଳିତମାସ ୨୦ରୁ ଆସନ୍ତା ମାସ ୧୩ ପର୍ଯ୍ୟନ୍ତ ସେ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ମୁତୟନ ହେବ । ସେହିଭଳି ଆୟୋଗଙ୍କ ପକ୍ଷରୁ ୫ ଜଣ ଓଡ଼ିଆ ଆଇପିଏସ୍ ଅଧିକାରୀଙ୍କୁ ପୋଲିସ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି । ସେମାନେ ହେଲେ, ତେଲେଙ୍ଗାନା କ୍ୟାଡର ଆଇପିଏସ ଡ.ସୌମ୍ୟା ମିଶ୍ର, ଓଡିଶା କ୍ୟାଡର୍ ଆଇପିଏସ୍ ରାଜେଶ କୁମାର, ସତୀଶ କୁମାର ଗଜଭିୟେ, ଅବିନାଶ କୁମାର ଓ ଆନ୍ଧ୍ରପ୍ରଦେଶ କ୍ୟାଡର ଆଇପିଏସ୍ ଅଭିଷେକ ମହାନ୍ତି। ଉପରୋକ୍ତ ୫ ଆଇପିଏସ୍ ଅଧିକାରୀ ଚଳିତ ମାସ ୨୦ରୁ ଆସନ୍ତାମାସ ୧୦ ପର୍ଯ୍ୟନ୍ତ ବିଭିନ୍ନ ନିର୍ବାଚନ କ୍ଷେତ୍ରରେ ମୁତୟନ ହେବେ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ