କର୍ଣ୍ଣାଟକ ବିଜୟ ପରେ ଏବେ ଅନ୍ୟ ରାଜ୍ୟ ଉପରେ କଂଗ୍ରେସର ଫୋକସ । ଆଜି ରାଜସ୍ଥାନ କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକ । ଏହି ବୈଠକରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ, ପିସିସି ସଭାପତି ଗୋବିନ୍ଦ ଦୋତସାରାଙ୍କ ସମେତ ବହୁ କଂଗ୍ରେସ ନେତା । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ବୈଠକରେ ସାମିଲ ହୋଇ ଆସନ୍ତା ନିର୍ବାଚନରେ ଦଳର ବିଜୟ ସମ୍ପର୍କରେ ଆଲୋଚନା କରିବେ । ଏହା ସହ ରାଜ୍ୟ କଂଗ୍ରେସରେ ଥିବା ମତପାର୍ଥକ୍ୟ ଦୂର ଉପରେ ବୈଠକରେ ରହିବ ଫୋକସ । ଗେହଲଟ ଓ ପାଇଲଟଙ୍କ ମଧ୍ୟରେ ସମ୍ପର୍କ ଠିକ୍ ନଥିବାବେଳେ ଏହି ବୈଠକରେ ସେମାନଙ୍କ ମଧ୍ୟରେ ରହିଥିବା ମତପାର୍ଥକ୍ୟ ଦୂର ଲାଗି ଚେଷ୍ଟା କରାଯିବ ବୋଲି ସୂଚନା ମିଳିଛି ।
“The eyes believe themselves, the ears believe other people.”
More Stories
ନିହତ ପର୍ଯ୍ୟଟକଙ୍କ ଲିଷ୍ଟ ହେଲା ଜାରି
ଅଂଶୁଘାତରୁ ବଞ୍ଚିବେ କିପରି ଜାଣନ୍ତୁ ପୁରା ତଥ୍ୟ
ଭାରତ ଯୋଡୋ ଯାତ୍ରା ପରେ ଭାରତ ବଦନାମ ଯାତ୍ରା- ବିଜେପି