The Topmost

“The eyes believe themselves, the ears believe other people.”

କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ କଂଗ୍ରେସର ବିକ୍ଷୋଭ

କର୍ଣ୍ଣାଟକରେ ଦୁର୍ନୀତି ପ୍ରତିବାଦରେ କଂଗ୍ରେସର ଗର୍ଜନ । ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିଛି କଂଗ୍ରେସ । ଦୁର୍ନୀତିରେ ସମ୍ପୃକ୍ତ ଥିବା ବିଜେପି ବିଧାୟକ ମଦାଲ ବିରୂପାକ୍ଷପ୍ପାଙ୍କୁ ଗିରଫ ଲାଗି ଦାବି କରିଛି କଂଗ୍ରେସ । ଗତକାଲି ବାପାଙ୍କ ପକ୍ଷରୁ ୪୦ଲକ୍ଷ ଲାଞ୍ଚ ନେଉଥିବା ବେଳେ ଲୋକାୟୁକ୍ତଙ୍କ ହାତରେ ଧରାପଡ଼ିଥିଲେ ପୁଅ ପ୍ରଶାନ୍ତ । କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଥିବା ବେଳେ ବିଜେପି ନେତାଙ୍କ ପୁଅଙ୍କ କାରନାମା ସାମ୍ନାକୁ ଆସିଥିଲା । ରାଜ୍ୟରେ କମିସନ ସରକାର ଚାଲିଛି ବୋଲି କହିଥିଲେ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି କେ ଶିବକୁମାର । ଲାଞ୍ଚ ନେଇ ଧରାପଡ଼ିବା ପରେ ପ୍ରଶାନ୍ତଙ୍କ ଘରୁ ଓ ଅଫିସରୁ ୮ କୋଟି ଟଙ୍କା ଜବତ ହୋଇଥିଲା । ରାଜ୍ୟରେ ଦୁର୍ନୀତି ନିବାରଣକୁ ଅଧିକ ଶକ୍ତିଶାଳୀ କରିବା ଲାଗି କର୍ଣ୍ଣାଟକ ହାଇକୋର୍ଟ ଆଣ୍ଟି କରପସନ୍ ବ୍ୟୁରୋକୁ ଭାଙ୍ଗି ଶକ୍ତିଶାଳୀ ଲୋକାୟୁକ୍ତ ଗଠନ କରିଥିଲେ । ଏହାସତ୍ତ୍ବେ ରାଜ୍ୟରେ ୪୦ପ୍ରତିଶତ କମିସନ ନେବା ପ୍ରକ୍ରିୟା ଜାରି ରହିଛି ବୋଲି କଂଗ୍ରେସ କହିଛି ।