କର୍ଣ୍ଣାଟକରେ ସଂରକ୍ଷଣ ମାମଲାରେ ତାତି । ସଂରକ୍ଷଣ ବ୍ୟବସ୍ଥାରେ କାଣ୍ଟଛାଟକୁ ବିରୋଧ କରି ଆଜି ବି କର୍ଣ୍ଣାଟକରେ ଉଗ୍ର ଆନ୍ଦୋଳନ । ବନଜରା ଓ ଭୋବି ସମ୍ପ୍ରଦାୟ ପକ୍ଷରୁ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅନୁସୂଚିତ ଜାତିଙ୍କ ପାଇଁ ସରକାର ଘୋଷଣା କରିଥିବା ଇଣ୍ଟରନାଲ ରିଜରଭେସନକୁ ଜୋରଦାର ବିରୋଧ କରି ବନଜରା ସମ୍ପଦାୟ ଆନ୍ଦୋଳନ କରୁଛି । ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ପୋଷ୍ଟର ପୋଡ଼ିବା ସହ କର୍ଣ୍ଣାଟକର ବିଜେପି ସରକାର ବିରୋଧରେ ନାରାବାଜି କରିଛନ୍ତି । ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ଅନୁସୂଚିତ ଜାତି ପାଇଁ ସଂରକ୍ଷଣ ବ୍ୟବସ୍ଥାରେ କାଣ୍ଟଛାଣ୍ଟ ଲାଗି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ସୁପାରିସ କରିଛନ୍ତି ।
“The eyes believe themselves, the ears believe other people.”
More Stories
ଛତୁ ଭେଜ୍ ନା ନନଭେଜ୍
ଅତ୍ୟଧିକ ଆମ୍ବ ଖାଇଲେ ହୋଇଥାଏ ଏହି ସମସ୍ୟା
ଶ୍ରବଣ ଓ ବାକ୍ ଶକ୍ତିର ଅସୁବିଧା ପାଇଁ ଗୋଟିଏ ସମାଧାନ