The Topmost

“The eyes believe themselves, the ears believe other people.”

କର୍ଣ୍ଣାଟକରେ କିଏ ହେବେ ମୁଖ୍ୟମନ୍ତ୍ରୀ ? 

ବିଜେପିକୁ ଦକ୍ଷିଣ ଭାରତର ଏକ ଗଡ଼ରୁ କ୍ଷମତାଚ୍ୟୁତ କରିଛି କଂଗ୍ରେସ । କର୍ଣ୍ଣାଟକରେ ଏହି ବିପୁଳ ବିଜୟ ପରେ କଂଗ୍ରେସ ଆଜି ସନ୍ଧ୍ୟାରେ ବିଧାୟକ ଦଳର ବୈଠକ ଡକାଇଛି । କର୍ଣ୍ଣାଟକରେ କଂଗ୍ରେସ ପ୍ରଭାରୀ ରଣଦୀପ ସୂର୍ଜେୱାଲା ଏହି ସୂଚନା ଦେଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଓ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଡି.କେ ଶିବକୁମାର ଉଭୟ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ରହିଛନ୍ତି । ସିଦ୍ଧରମେୟା ୨୦୧୩ରୁ ୨୦୧୮ ଯାଏଁ ରାଜ୍ୟ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ଶିବକୁମାର ବିଧାନସଭା ନିର୍ବାଚନରେ ଦଳର ବିଜୟ ସୁନିଶ୍ଚିତ ହେବା ପରେ ଖୁବ୍ ଭାବବିହ୍ୱଳ ହୋଇଥିଲେ । ରାଜ୍ୟର ନେତୃତ୍ୱ ପାଇଁ ତାଙ୍କ ଉପରେ ଆସ୍ଥା ଦେଖାଇଥିବାରୁ ଗାନ୍ଧୀ ପରିବାରକୁ ସେ ଧନ୍ୟବାଦ ଜଣାଇଥିଲେ ।