ଡାଲି ଭିତରେ ସବୁଠୁ ଅଧିକ ଚାହିଦା ଥିବା ହରଡ ଡାଲିର ଦର ୬ମାସ ଭିତରେ ୪୦ଟଙ୍କା ବଢିଲାଣି । ଜାନୁଆରୀରେ ହରଡ ଡାଲିର ମୂଲ୍ୟ ୧୦୦ ଟଙ୍କା ଥିଲା । ପରେ ଏହା ବଢି ଜୁନ ମାସରେ ୧୪୦ ଟଙ୍କାରେ ପଂହଚିଛି । ଖୋଲାବଜାରରୁ ଏବେ ହରଡ ଡାଲି କିଣିବାକୁ ଡରା ଲାଗିଲାଣି । ଡାଲି ଭିତରେ ସବୁଠୁ ଅଧିକ ଚାହିଦା ରହିଛି ହରଡ ଡାଲିର । ମାତ୍ର ୬ ମାସ ଭିତରେ ହରଡ ଡାଲି କିଲୋ ପିଛା ୪୦ ଟଙ୍କା ବଢିବା ଫଳରେ ଖାଉଟିଙ୍କ ମନରେ ଛନକା ପସିଛ । ହରଡ ଡାଲି ମୁଖ୍ୟତଃ କର୍ଣ୍ଣାଟକ , ଛତିଶଗଡ ଓ ମହାରାଷ୍ଟ୍ରରୁ ଆସିଥାଏ । କିନ୍ତୁ ଦର ହୁ ହୁ ହୋଇ ବଢିବା ଚିନ୍ତାର କାରଣ ପାଲଟିଛି । ଦେଶରେ ଡାଲି ଉତ୍ପାଦନ ୧୦ ପ୍ରତିଶତ କମିଛି । ତେଣୁ ଗୋଦାମରେ ଡାଲିର ଅଭାବ ଦେଖାଦେଇଛି ବୋଲି କୁହାଯାଉଛି । ପ୍ରତିମାସରେ ହରଡ ଡାଲିଦର ୧୦ରୁ ୧୨ ଟଙ୍କା ବଢି ୧୪୦ ଟଙ୍କାରେ ପହଂଚିଛି । ସେପଟେ ଓଡିଶା ଖାଉଟି ମହାଂସଘ କହିଛି, ଡାଲି ଦର ବୃଦ୍ଧି ପାଇଁ ସରକାରଙ୍କ ପରିଚାଳନାଗତ ତ୍ରୁଟି ଦାୟୀ ।
More Stories
ସବୁ ସ୍କୁଲରେ ଖୋଲିବ ଶିଶୁ ବାଟିକା
ଭିତିରିଆ ଚାଲିଥିଲା ପାର୍ଟ ରେଜିଷ୍ଟ୍ରେସନ, ସମ୍ପୃକ୍ତ ଥିଲେ ମହିଳା କର୍ମଚାରୀ
4 ଡିଗ୍ରି ଶୀତରେ ଥରୁଛି ସାରା କନ୍ଧମାଳ