ହକି ବିଶ୍ୱକପ୍ ପାଇଁ କମିଶନରେଟ ପୋଲିସର ବ୍ୟାପକ ପ୍ରସ୍ତୁତି । ଭୁବନେଶ୍ୱର ସୁରକ୍ଷା ବ୍ୟବସ୍ଥାରେ ୧୬ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ରହିବେ । ବିଭିନ୍ନ ପଏଣ୍ଟରେ ୮୦୦ ସିସିଟିଭି କ୍ୟାମେରା ଲଗାଯାଇଛି । ପରିଚାଳନା ଦାୟିତ୍ୱରେ ରହିବେ ଅତିରିକ୍ତ ଡିସିପି ଓ ବିଭିନ୍ନ ଅଫିସର । ଟ୍ରାଫିକ ମୁଭମେଣ୍ଟକୁ ବ୍ୟବସ୍ଥିତ କରିବା ପାଇଁ ପାର୍କିଂ ଉପରେ ଗୁରୁତ୍ୱ ଦିଆଯାଇଛି । ଏହାସହ ୧୦ଟି ନୂଆ ଏଡ୍-ପୋଷ୍ଟ କରାଯାଇ ଥିବାବେଳେ ୧୬ଟି ହେଲ୍ପ ଡେସ୍କ ଖୋଲାଯାଇଛି । ଗ୍ରାଫିକ୍ସ ମାଧ୍ୟମରେ ଟ୍ରାଫିକ ରୁଟ୍ ଚାର୍ଟ ଜଣାଇବ ପୋଲିସ୍ । ଉଦଘାଟନ ଉତ୍ସବ ପୂର୍ବରୁ ଖୋର୍ଦ୍ଧାରୁ କଟକ ଓ କଟକରୁ ଭୁବନେଶ୍ୱର ଭାରିଯାନ ଚଳାଚଳ ବନ୍ଦ କରାଯିବ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା